www.samajalive.in
Monday, December 15, 2025
24.1 C
Bhubaneswar

ସମ୍ପୂର୍ଣ୍ଣତା ମହତ୍ତ୍ୱରେ ସମାହିତ ପ୍ରଭୁ ଶ୍ରୀକୃଷ୍ଣ

ଯଶୋଦା ନନ୍ଦନ, ଦେବକୀ ପୁତ୍ର, ଗୋପୀବଲ୍ଲଭ, କୃଷ୍ଣ ଦାମୋଦର, ଅଚ୍ୟୁତ, ମାଧବ, ଗୋପାଳ ଆଦି ବିଭିନ୍ନ ନାମରେ ଭାରତୀୟ ସମାଜରେ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରାଯାଇଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଣୀ ହେଉଛନ୍ତି ଏପରି ଏକ ପବିତ୍ର ଶାସ୍ତ୍ର ଯାହାଙ୍କ ଠାରୁ ଆମକୁ ଅନେକ ଶିକ୍ଷା ମିଳିଥାଏ । ଆମେ ଯେକୌଣସି ସମସ୍ୟାରେ ଥିଲେ ମଧ୍ୟ କୃଷ୍ଣଙ୍କର ପ୍ରେରଣାରେ ସମରାତ୍ମକ ଭାବନା ମନରେ ସୃଷ୍ଟି କରିଥାଏ।

ନଟବରନାଗର ପ୍ରଭୁ ଶ୍ରୀକୃଷ୍ଣ ଏପରି ସଂପୂର୍ଣ୍ଣତା ପରିଚାଳକ ଅଟନ୍ତି, ଯାହାଙ୍କ ଭିତରେ ମନୁଷ୍ୟ, ଦେବତା, ଯୋଗୀ, ସନ୍ଥଙ୍କ ଗୁଣ ତାଙ୍କ ମଧ୍ୟରେ ସମାହିତ। ସମସ୍ତ ଭକ୍ତିର ଅଧିପତି କୃଷ୍ଣ ମହାଭାରତରେ କର୍ମର ପ୍ରକୃତ ଅର୍ଥ ବାଖ୍ୟା କରିଛନ୍ତି। କୃଷ୍ଣଙ୍କର ମାନବୀୟ ରୂପ ମହାଭାରତରେ ସ୍ପଷ୍ଟ ଭାବେ ଜଣାଯାଇଛି।

- Advertisement -

କଂସ, କୌରବ କି ପାଣ୍ଡବ ସଭିଁଏ ସଂପର୍କରେ ଯେପରି ନିକଟତର ହୁଅନ୍ତୁ ମାତ୍ର ପ୍ରଭୁ ଶ୍ରୀକୃଷ୍ଣ ଏକ ଉଦାହରଣ ଦେଇଛନ୍ତି ଯେ ଧର୍ମର ରକ୍ଷା ନିମନ୍ତେ ସଂପର୍କ ବଦଳରେ କର୍ତ୍ତବ୍ୟର ଗୁରୁତ୍ୱ ଅଧିକ ବୋଲି ଜଣାଉଛନ୍ତି।

ପ୍ରଭୁ କୃଷ୍ଣଙ୍କ ମହିମା ଦୁଇଟି ଡ଼ୋରରେ ଜାଣିବାକୁ ମିଳେ। ଗୋଟିଏ ହେଉଛି ‘ବଂଶୀ’ ଯେଉଁଥିରେ ସଙ୍ଗୀତ, ଆନନ୍ଦ, ଅମୃତ ସମ ଶାନ୍ତି ରହିଛି। ଅନ୍ୟ ପଟରେ କର୍ତ୍ତବ୍ୟକୁ ପ୍ରଧାନ୍ୟତା ଦେବା, ଜୀବନର ପ୍ରକୃତ ଅର୍ଥକୁ ବୁଝିବା ,ଯେଉଁଥିରେ ବହୁ ବାଧା ବ୍ୟତିକ୍ରମ ଆସିବ। ତେଣୁ ଜୀବନ ସୁଖଦୁଃଖର ଉଭୟ ସଙ୍ଗମ ଅଟେ। ସୁଖମୟ ଜୀବନର ଆଧାର ହେଉଛି ଏକାଗ୍ରତା ଏବଂ ଜୀବନର ସନ୍ତୁଳନ ରକ୍ଷା କରିବା। ଯାହାକି ପ୍ରଭୁ ଶ୍ରୀକୃଷ୍ଣ ସମଗ୍ର ମାନବ ଜାତିକୁ ଏହି ମନ୍ତ୍ରକୁ ନିଜ ଜୀବନ କାହାଣୀ ବା ନିଜ ଲୀଳାରୁ ଜଣାଇଛନ୍ତି। ତେଣୁ ଏହି ଜନ୍ମାଷ୍ଟମୀ ପର୍ବର ପବିତ୍ରତାକୁ ସ୍ୱହୃଦୟରେ ବୁଝି ଏହାକୁ ଭକ୍ତି ଭାବ ସହ ପାଳନ କଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories