ରେଙ୍ଗାଲି: ରେଂଗାଲି ମହିଳା ସଂଗ୍ରାମ ସମିତି ତରଫରୁ ଝାଂକରପାଲି ଗ୍ରାପର କେନ୍ଦୁଟିକ୍ରା ଗ୍ରାମଠାରେ ମୋ ଚାଟଶାଳୀ ସ୍ୱେଚ୍ଛାସେବୀମାନଂକୁ ଏକ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ କିନାଲୋଇ, ଲଇଡା, ଝାଂକରପାଲି ଓ ଟାମ୍ପରକେଲା ଗ୍ରା.ପ.ରୁ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ମହିଳା ସଂଗ୍ରାମ ସମତିର ବରିଷ୍ଠ କାର୍ଯ୍ୟକର୍ତ୍ତା ପରଦେଶୀ ମିର୍ଦ୍ଧା, ସଂଯୋଜକ ଉପେନ୍ଦ୍ର ମହାନନ୍ଦ ଓ ସହ ସଂଯୋଜକ ଅନିରୁଦ୍ଧ ମରେଇ ଏହି ପ୍ରଶିକ୍ଷଣ ଶିବିରର ପରିଚାଲନା କରିଥିଲେ। ଏହି କାର୍ଯ୍ୟକ୍ରମ ସଂଗଠନ କାର୍ଯ୍ୟରତ ସମଗ୍ର ଓଡିଶାର ୧୭ ଗୋଟି ଜିଲ୍ଲାରେ ୮୪ଗୋଟି ବ୍ଲକରେ ୧୧୪୬୪ ଗାଁରେ ୫୪୬୯ ଟି ମୋ ଚାଟଶାଳୀ କେନ୍ଦ୍ରରେ ୬୦୯୧ଟି ସ୍ୱେଚ୍ଛାସେବୀ ଗ୍ରାମବାସୀଂକ ଚୟନକ୍ରମେ ନିୟୋଜିତ ହୋଇ ଆମର ମିସନ ଏକ ଲକ୍ଷ ଅଭିଯାନକୁ ସଫଳ ରୂପାୟନ କରି ୧୦୦୫୪୨ଟି ଛାତ୍ରଛାତ୍ରୀ ଏହି ଚାଟଶାଳୀ କେନ୍ଦ୍ରରେ ପଢି ପାରୁଛନ୍ତି। ତନ୍ମଧ୍ୟରୁ ଆମର ରେଂଗାଲି ବ୍ଲକରେ ୧୬ଟି ଗ୍ରା.ପ.ରେ ୬୯ ଗାଁରେ ୭୮ ଟି ଚାଟଶାଳୀ କେନ୍ଦ୍ର ୯୦ ଜଣ ସ୍ୱେଚ୍ଛାସେବୀଂକୁ ନେଇ ୧୧୬୮ ଜଣ ଛାତ୍ର ଛାତ୍ରୀଂକୁ ପଢିବାକୁ ପ୍ରୟାସ କରୁଅଛି। ଏହି ପ୍ରଶିକ୍ଷଣ ଶିବିରରେ ଚାଟଶାଳୀର ଉତ୍ତରାତ୍ତୋର ବିକାଶ ଓ ପରିଚାଲନା ପାଇଁ ପ୍ରଶିକ୍ଷଣ କରାଯାଇଥିଲା।
Popular Categories


