www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଗୋଟିଏ ପରିବାରର ୫ ମୃତ

ବସ୍ତି : ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଗୁରୁବାର ଖବର ମିଳିଛି । ଏକ କାରରେ ଉକ୍ତ ପରିବାର ଝାଡଖଣ୍ଡ ଯାଉଥିବା ବେଳେ ଏଭଳି ଏହି ଦୁର୍ଘଟଣା ଘଟିଛି ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ଦୁର୍ଘଟଣାରେ ଏକ ୫ ବର୍ଷର ଶିଶୁ ଓ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ମୃତଦେହ ଉଦ୍ଧାର କରିବା ସହ ମୃତକଙ୍କ ପରିଜନଙ୍କୁ ଘଟଣା ବିଷୟରେ ଖବର ଦେଇଛନ୍ତି । କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଯାଇଥିବା ବେଳେ କାର ଅବସ୍ଥାରୁ ଦୁର୍ଘଟଣା ଖୁବ ଭୟଙ୍କର ବୋଲି ଜଣାପଡିଥିଲା ।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଝାଡଖଣ୍ଡରୁ ଉକ୍ତ ପରିବାର ଯାଉଥିବା ବେଳେ ରାଷ୍ଟ୍ରୀୟ ରାଜପଥରେ କଟୟା ନିକଟରେ ସାମ୍ନାରେ ଯାଉଥିବା କଣ୍ଟେନର ପଛରେ ଖୁବ ଜୋରରେ ଧକ୍କା ହୋଇଥିଲା ।
ଏହି ବସ୍ତି ଜିଲାରେ ଘଟିଥିବା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନ ପ୍ରତି ସମବେଦନା ଜଣାଇବା ସହ ଗୁରୁତର ଆହତଙ୍କ ସମସ୍ତ ପ୍ରକାର ସହାୟତା କରିବାକୁ ନିଦେ୍ର୍ଦଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories