www.samajalive.in
Sunday, December 7, 2025
23.1 C
Bhubaneswar

 ଏଟିଏମରୁ ବାହାରିଲା ଚିରା ଓ କାଗଜ ପେଷ୍ଟ ଥିବା ୫୦୦ ଟଙ୍କିଆ ନୋଟ୍

ହରଭଙ୍ଗା : ପୁଣି ବୌଦ୍ଧ ଜିଲ୍ଲା ଚାରିଛକ ଏସ.ବି.ଆଇ ଏଟିଏମରୁ ବାହାରିଲା ଚିରା ଓ କାଗଜ ପେଷ୍ଟ ଥିବା ୫୦୦ ଟଙ୍କିଆ ନୋଟ୍ । ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ ଏସ.ବି.ଆଇ ଏଟିଏମରୁ ଗତ ୬ ମାସ ତଳେ କରଡାକୋଠା ଗ୍ରାମର ଆନନ୍ଦ ବିଶି ନାମକ ଜଣେ ବ୍ୟକ୍ତିଙ୍କ ୮ହଜାର ଟଙ୍କା ଚିରା ନୋଟ ବାହାରିଥିଲା। ଗତକାଲି  ପୁଣି ଏହାର ପୁନରାବୃତ୍ତି ଘଟିଛି। ସକାଳୁ ସକାଳୁ ଚାରିଛକ ସ୍ଥିତ ଏସ.ବି.ଆଇ ରୁ ୪ଜଣ ଲୋକ ଟଙ୍କା ଉଠାଇଥିଲେ । କିନ୍ତୁ ସେମାନଙ୍କର ସମସ୍ତ ୫୦୦ ଟଙ୍କିଆ ନୋଟ ଉଇ ଖିଆ ଚିରା ଫଟା ଓ କାଗଜ ପେଷ୍ଟ ନୋଟ ବାହାରିଥିଲା। ପ୍ରଥମେ ରାଣୀପଥର ଗ୍ରାମର ଭୁବନେଶ୍ୱର ଡଙ୍କିଆ ୫ହଜାର ଟଙ୍କା ଉଠାଇ ଥିଲେ । ସେ ଉଠାଇ ଥିବା ସମସ୍ତ ୧୦ଟି ୫ଶହ ଟଙ୍କିଆ ନୋଟ ଚିରା ଓ କାଗଜ ପେଷ୍ଟ ନୋଟ ବାହାରିଥିଲା । ଠିକ ସେହିଭଳି ଚାରିଛକ ର ଶଙ୍କର ରାଉଳଙ୍କ ୫ ହଜାର ୫ ଶହ ଟଙ୍କା ,ମୁନି ସାହୁ ଙ୍କର ୫ ଶହ ଟଙ୍କା, ରବୀନ୍ଦ୍ର ମଲ୍ଲିକ ଙ୍କର ୫ ଶହ ଟଙ୍କା ଚିରା ନୋଟ ବାହାରିଛି। ତେବେ ଆଜି ସର୍ବମୋଟ ୨୩ଟି ୫ଶହ ଟଙ୍କିଆ ନୋଟ ଚିରା ବାହାରିଛି। ଗତକାଲି ରବିବାର ହୋଇଥିବାରୁ କେମିତି ଟଙ୍କା ବଦଳାଇବୁ ବୋଲି କରିଛନ୍ତି ଗ୍ରାହକ । ତେବେ ବାରମ୍ବାର ଏହି ଘଟଣା ପୁନରାବୃତ୍ତି ହେଉଥିବାରୁ ଲୋକଙ୍କ ଉପରୁ ଏଟିଏମ ଉପରେ ଧୀରେ ଧୀରେ ଭରସା ତୁଟି ଯାଉଛି । ତେବେ ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି ହେଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories