www.samajalive.in
Monday, December 8, 2025
14.1 C
Bhubaneswar

ରୋଗୀଣା ଗୋଡ ସହ ଦୁର୍ଭାଗ୍ୟ , ଦୋହଲାଇଛି ଚାର୍ଲେଶଙ୍କ ବଞ୍ଚିବାର ଆଶା

ରେଙ୍ଗାଲିକ୍ୟାମ୍ପ  : କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ।।ଶରୀର ଓ ମନ ସୁସ୍ଥ ଥିଲେ ବୟସ ବି ମଣିଷକୁ ବାର୍ଦ୍ଧକ୍ୟ କରିପାରେ ନାହିଁ। କିନ୍ତୁ ଶରୀର ଯେତେବେଳେ ରୋଗଗ୍ରସ୍ତ ହୋଇଯାଏ ବଡ ବଡ ବାହୁବଳି ଧରାଶାୟୀ ହୋଇଯାଆନ୍ତି। ଯାହା ଆଜି ଦେଖିବାକୁ ମିଳିଛି ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଯୁଜୁଗା ଟାଙ୍ଗର ଗୁଡ଼ିଆ ମୁଣ୍ଡାପଡା ଠାରେ।  ଚାର୍ଲେସ ଆଇନ୍ଦ୍ କୁ କରାୟତ୍ତ କରିନେଇଛି ରୋଗ । ବର୍ତ୍ତମାନ ତାଙ୍କୁ ମାତ୍ର ଚାଳିଶ ବର୍ଷ। ଯେଉଁ ବୟସରେ ପରିବାର ପାଇଁ କିଛି କରିବାର ମନରେ ଅଦମ୍ୟ ଇଚ୍ଛା ଓ ,ସାହସ ଯାଗିଥାଏ,ଜୀବନ କୁ ଜାଣିବାର ,ବଞ୍ଚିବାର ଅଫୁରନ୍ତ ଜିଜ୍ଞାସା ଜାଗ୍ରତ ହୁଏ ସେଇ ସମୟରେ ରୋଗ ପଙ୍ଗୁ କରିଦେଇଛି ଚାର୍ଲେଶ୍ ଙ୍କୁ । ଏହି ରୋଗ ବିଷୟରେ ପଚାରିବାରୁ ସେ କହିଥିଲେ ,ସେ ବହୁତ୍ ସୁସ୍ଥ ଥିଲେ।ଆଗରୁ ମଧ୍ୟ ଏମିତି କୌଣସି ରୋଗରେ ପୀଡିତ ନ ଥିଲେ କିନ୍ତୁ ଗତ ଜୁନ ୨୯ ତାରିଖରେ ସକାଳୁ ଉଠି ନିତ୍ୟକର୍ମ ସାରି ଦାନ୍ତ ଘଷୁଥିଲେ।ହଠାତ୍ ଡାହାଣ ଗୋଡ଼ ପୋଡ଼ି ଗଲା ଭଳି ଜଳା ପୋଡ଼ା ହେଲା।ଏତେ ଜୋରରେ ଜଳାପୋଡା ହେଲା ହେଲା ,ସହିବା ବଡ ମୁସ୍କିଲ ଥିଲା। କଣ ହୋଇଥିଲା କାହାକୁ କିଛି ଜଣା ପଡି ନଥିଲା କେବଳ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ ।ତେଣୁ ତାଙ୍କୁ ବୁର୍ଲା ରାମଚଣ୍ଡୀ ନର୍ସିଂହୋମ କୁ ଚିକିତ୍ସା ପାଇଁ ନିଆଗଲା ।ସେଠାରେ ବିଭିନ୍ନ ପ୍ରକାର ଚିକିତ୍ସା କଲାପରେ ମଧ୍ୟ ଜଳାପୋଡା କମି ନଥିଲା ।ଡାକ୍ତର ଘରକୁ ନେବା ପାଇଁ ପରାମର୍ଶ ଦେଲା ପରେ ଘରେ ଆଣି ଫୁଙ୍କା ଝଡା କରିଥିଲେ କିଛି ଗୁଣି ଗାରେଡ଼ି ସନ୍ଦେହରେ।କିନ୍ତୁ କିଛି ସୁଫଳ ହେଲା ନାହିଁ,ଗୋଡ଼ ସାରା ବଡ ବଡ଼ ଫୋଟକା ହୋଇ ସେଥିରୁ ପାଣି ବାହାରିଲା।ପୁଣି ତାଙ୍କୁ ବୁର୍ଲା ଡ଼ାକ୍ତରଖ।ନ। କୁ ଜୁଲାଇ ୨୭ ତାରିଖ ଦିନ ନିଆଗଲା । କିନ୍ତୁ ସେଠାରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ତାଙ୍କ ପାଖରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ବିନାଦେୟରେ କରିପାରିବାର ସ୍ବାସ୍ଥ୍ୟ କାର୍ଡ ରହିଛି ।କିନ୍ତୁ ଅର୍ଥା ଭାବ ଯୋଗୁ ତାଙ୍କୁ ଚିକିତ୍ସା ପାଇଁ କୁଆଡେ ପାଇଁ ନିଆଯାଇ ପାରୁନି। ଏବେ ଗୋଡ଼ ଟି ସମ୍ପୂର୍ଣ ନଷ୍ଟ ହୋଇ କଳା ପଡ଼ି ସେଥିରୁ ପୂଜରକ୍ତ ବାହାରି ବହୁ ପରିମାଣରେ ଦୁର୍ଗନ୍ଧ ହେଉଛି। ସେ ଶୋଇ ବି ପାରୁ ନାହାନ୍ତି।ଗୋଟିଏ କାଠ ପଟାର ଆସନରେ ବସିଛନ୍ତି।ମାଛି ମଶା ନ ହେବା ପାଇଁ ତାଙ୍କ ଚ ।ରିପାଖେ ମଶାରୀ ଟଙ୍ଗାଯାଇଛି। ଯନ୍ତ୍ରଣାରେ ଛଟ ପଟ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି।
ପୁଅ ନବମ ପାସ କରି ଏବେ ଦଶମ ଶ୍ରେଣୀ ପଢ଼ିବା କଥା କିନ୍ତୁ ବାପାଙ୍କର ଏହି ଅବସ୍ଥାରେ ପଇସା ପତ୍ର ର ଅସୁବିଧା ଯୋଗୁ ସେ ଆଉ ସ୍କୁଲ୍ ଯାଉ ନାହିଁ। ଛୋଟ ଝିଅଟିର ପାଠପଢ଼ା ବନ୍ଦ ଅଛି। ଏମିତି ବି ଆଗରୁ ମୂଲ ଲାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାର୍ଲେସ ଙ୍କ ପାଇଁ ତାହା ମଧ୍ୟ କରିପାରୁ ନାହାଁନ୍ତି।ରୋଗିଣା ସ୍ବାମୀଙ୍କୁ ଛାଡି ସେ ମୂଲ ଲାଗି ଯାଇପାରୁନାହାନ୍ତି । ତେଣୁ ରୋଗୀ ସ୍ଵାମୀଙ୍କ ସହିତ ଦୁଇଟି ଛୁଆ ଙ୍କ ପାଇଁ ମଧ୍ୟ ଆବଶ୍ୟକ ଖର୍ଚ୍ଚ ତୁଲାଇବା ଅସମର୍ଥ ହୋଇ ପଡ଼ୁଛନ୍ତି ।ଭୂମିହୀନ ଏହି ଆଦିବାସୀ ପରିବାର ପାଇଁ ଏବେ ଜୀବନ ବଞ୍ଚିବା ଅସମ୍ଭବ ପରି ମନେହୁଏ। ଦରିଦ୍ର ର ସୀମାରେଖା ତଳେ ରହୁଥିବା ଏହି ପରିବାର ପାଇଁ ସରକାରୀ ସହାୟତା ନିହାତି ଭାବରେ ଆବଶ୍ୟକ ହୋଇପଡ଼ିଛି। ଏବେ କେବଳ ସେମାନେ ସରକାରଙ୍କ ଖାଉଟି ପକ୍ଷରୁ ୨୫କେଜି ଚାଉଳ ବ୍ୟତୀତ ଅନ୍ୟ କିଛି ସହାୟତା ନାହିଁ।ଜୀବନର ପ୍ରଥମ ପାହଚରେ ନିଜ ଗୋଡର ଏମିତି ଦୂରାବସ୍ଥା ସେ କେବେ ଚିନ୍ତା ସୁଦ୍ଧା କରିପାରି ନଥିଲେ। ତେବେ ରେଡକ୍ରସ ବା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ସହ ଚାର୍ଲେସ୍ ଙ୍କ ଗୋଡ଼ ର ଚିକିତ୍ସା ବ୍ୟବସ୍ଥା ପାଇଁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ସ୍ତ୍ରୀ ସେତେଙ୍ଗ ଆଇନ୍ଦ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories