www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟରେ ମୌସୁମି ଦୁର୍ବଳ : ଲଘୁଚାପ ସୃଷ୍ଟି ନ ହେଲେ ସ୍ଥିତି ସାଙ୍ଘାତିକ

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ଅନୁଭୂତ ହେଉଛି। ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ବର୍ତ୍ତମାନ ସମୟରେ ରୁଆ ବେଉଷା କାର୍ଯ୍ୟ ଜୋରଦାର ଚାଲିବା କଥା; କିନ୍ତୁ କ୍ଷେତରେ ପାଣି ଅଭାବ ଯୋଗୁଁ ଚାଷୀ ଚାଷ କାମକୁ ଆଗେଇ ନେଇପାରୁନାହିଁ। ଏପେଟ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି କହିଲାଣି ରାଜ୍ୟରେ ମୌସୁମିବାୟୁ ଦୁର୍ବଳ ଥିବା ହେତୁ ବର୍ଷା କମିବାର ସମ୍ଭାବନା ରହିଛି। ଜୁନ୍ ଓ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା। ହେଲେ ଆକଳନ ଅନୁଯାୟୀ ଏହି ଦୁଇ ମାସରେ ସ୍ବାଭାବିକ ବର୍ଷା ହେଲାନାହିଁ। ନିଅଣ୍ଟିଆ ବର୍ଷା ଯୋଗୁଁ କ୍ଷେତ ପଡିଆ ପଡିବାକୁ ବସିଲାଣି। ଆଶା କରାଯାଉ ଥିଲା ଅଗଷ୍ଟରେ ସ୍ବାଭାବିକ ବର୍ଷା ହେଲେ ଚାଷୀ ଚାଷ କାମକୁ ଆଗେଇ ନେବ। ହେଲେ ପାଣିପାଗ ବିଶେଷଜ୍ଞ ଆକଳନ କଲେଣି ମାସର ଦୁଇ ସପ୍ତାହ ମୌସୁମି ଦୁର୍ବଳ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଲଘୁଚାପ ସୃଷ୍ଟି ନ ହେଲେ ବର୍ଷା ସ୍ଥିତି ଆହୁରି ସାଂଘାତିକ ହୋଇ ପଡିବ। ତେବେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ଣ ସାଢେ ୫ଟା ସୁଦ୍ଧା ଚାନ୍ଦବାଲି, ବାଲେଶ୍ବର, କୋରାପୁଟ, ଭବାନୀପାଟଣା, ହୀରାକୁଦ, ସମ୍ବଲପୁର, ପାରାଦ୍ବୀପ ଏବଂ କେନ୍ଦୁଝରରେ ବର୍ଷା ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories