www.samajalive.in
Saturday, December 13, 2025
17.1 C
Bhubaneswar

କ୍ଷେପଣାସ୍ତ୍ର ଘାଟି ହେଲାନି ; ସରକାରୀ କୋଠା ପାଲଟିଛି ଭୂତକୋଠି

ମଧୁପୁରା : ୮୦ ଦଶକରେ ବାଲେଶ୍ବର ଜିଲା, ବାଲିଆପାଳ ଅଞ୍ଚଳର ୫୦ ଏକର ପରିମିତ ଜମିରେ ନିର୍ମିତ କୋଟିକୋଟି ଟଙ୍କାର ନିର୍ମିତ କୋଠା ଗୃହ ମାଟିରେ ମିଶିବାକୁ ଯାଉଛି। କ୍ଷେପଣାସ୍ତ୍ର ଘାଟି ଯୋଗୁ ବିସ୍ଥାପିତ ପରିବାର ଏଠାରେ ରହିଥାନ୍ତେ। ବିସ୍ଥାପିତଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ସରକାର ସହରାଞ୍ଚଳ ଭିତ୍ତିଭୂମି ପାଇଁ ଏଡି ପରିକଳ୍ପନା କରିଥିଲେ। ମାତ୍ର ସରକାରଙ୍କ ସେହି ସୁନ୍ଦର ସ୍ବପ୍ନ ସମାଧି ପାଲଟିଯାଇଛି।
କ୍ଷେପଣାସ୍ତ୍ର ପରୀକ୍ଷା ଘାଟି ନିର୍ମାଣ ଯୋଜନାରେ ବିସ୍ଥାପିତଙ୍କ ପାଇଁ ବାସୋପଯୋଗୀ ଘର, ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଶିଳ୍ପ ତାଲିମକେନ୍ଦ୍ର, ଛୋଟଛୋଟ ଶି​‌େ​‌ଳ୍ପାଦ୍ୟୋଗ ପାଇଁ ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଗେଙ୍ଗୁଟିଆ ଛକରୁ ଦେଭୋଗ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବର ୫୦ ଏକରରୁ ଊର୍ଦ୍ଧ୍ବ ଜମିରେ ବହୁ ଛୋଟବଡ଼ ଅଟ୍ଟାଳିକା ନିର୍ମାଣ କରାଯାଇଥିଲା। ସେ ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ଏକର ପିଛା ୨୦/୩୦ ହଜାର ଟଙ୍କା ଦେଇ ସରକାର ଜମି ଅଧିଗ୍ରହଣ କରିଥିଲେ। ଦକ୍ଷିଣ ବାଲିଆପାଳ ଲୋକଙ୍କ ପ୍ରବଳ ବିରୋଧ ଯୋଗୁ କ୍ଷେପଣାସ୍ତ୍ର ଘାଟି ବନ୍ଦ ହେଲା। ତା’ ସହିତ ସମାଧି ପାଲଟିଗଲା ଘାଟି ପାଇଁ ନିର୍ମାଣ ହୋଇଥିବା ପୂର୍ଣ୍ଣାଙ୍ଗ ଓ ଅଧାଗଢା କୋଠାସବୁ। କୋଠାଗୁଡିକୁ ବ୍ୟବହାର କିମ୍ବା କୌଣସି ଯୋଜନାରେ ଉପଯୋଗ କରିବା ପାଇଁ ଆଉ ଉଦ୍ୟମ ହେଲାନାହିଁ। ଫଳରେ ସ୍ଥାନୀୟ ଅସାମାଜିକ ଲୋକେ କୋଠାଗୁଡିକର ଝରକା, କବାଟ, ଗ୍ରିଲ ଆଦି କାଢି ନେଇଗଲେଣି। କୋଠାଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେହିପରି ବାହାବଳପୁର ମୌଜାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ନିର୍ମିତ ଘରକୁ ଭାଙ୍ଗି ଇଟା, ଛପର ସବୁ ଲୋକେ ବହିନେଲେଣି। ଏବେ ସେହି ଜାଗା ଉପରେ ମାଟି ମାଫିଆଙ୍କ ଦୃଷ୍ଟି ପଡିଛି। ତତ୍କାଳୀନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟମରେ ବ୍ୟବହାର ଉପଯୋଗୀ କିଛି କୋଠାରେ ସେତେବେଳେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ଅନ୍ୟ ଏକ କୋଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା ା ଅନ୍ୟସବୁ କୋଠା ବ୍ୟବହାର ନ ହୋଇ ଭୂତକୋଠି ପାଲଟିଛି। ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିପେଟ ପ୍ଲାଷ୍ଟିକ ଇଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ବଦଳିବା ସହିତ ଏହା ଫଳକରେ ସୀମିତ ରହିଯାଇଛି। ୮ ବର୍ଷ ପୂର୍ବରୁ ଇଡ଼କୋ ସେହି ଜାଗାରୁ ୫ ଏକର ଜାଗା ଡାକ୍ତରଖାନାର ସମ୍ପ୍ରସାରଣ ପାଇଁ ଦେଇଥିବାବେଳେ ଆଉ ୫ ଏକର ଜାଗା ବାଲିଆପାଳର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ଶୀତଳଭଣ୍ଡାର କରିବା ପାଇଁ ଲିଜ ସୂତ୍ରରେ ଦେଇଛି। ଯାହାକୁ ସଂପୃକ୍ତ ବ୍ୟବସାୟୀ ଶୀତଳଭଣ୍ଡାର ନ କରି ଝୋଟ ଓ ବାଦାମ ଗୋଦାମ କରିଛନ୍ତି। ଅନ୍ୟପଟେ ଆଉ ତିନି ଏକର ଜମିକୁ ଦୁଇ ବର୍ଷ ପୂର୍ବରୁ ବାଲିଆପାଳର ଏକ ଘରୋଇ ବିଦ୍ୟାଳୟକୁ ଇଡକୋ ଲିଜ ସୂତ୍ରରେ ଦେଇଥିବା ଜଣାପଡିଛି। ସଂପ୍ରତି ବାଲିଆପାଳର ବହୁ ସରକାରୀ କାର୍ଯ୍ୟାଳୟ, ଘରୋଇ ଏବଂ ସରକାରୀ ବ୍ୟାଙ୍କ ଭଡା ଘରେ ଚାଲୁଥିବାବେଳେ ଏହିସବୁ କୋଠାକୁ କାମରେ ଲଗାଯାଇପାରନ୍ତା। ଏହି ଜମିର ଦାମ ଆକାଶ ଛୁଆଁ ହୋଇଥିବାରୁ ଜମି ହରାଇଥିବା ମାଲିକମାନେ ସେମାନଙ୍କ ଜମି ଫେରାଇ ନେବାକୁ ଦାବି କଲେଣି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories