www.samajalive.in
Thursday, December 11, 2025
14.1 C
Bhubaneswar

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ ଭାରତକୁ ଏହି ସଫଳତା ମିଳିଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସିମରନଜିତ ସିଂ ଏବଂ ରୁପିନ୍ଦର ପାଲ ଗୋଲ ସ୍କୋର କରିଥିଲେ। ସୂଚନାଯୋଗ୍ୟ ଯେ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୨-୫ ଗୋଲରେ ପରାସ୍ତ ହେବାପରେ କାଂସ୍ୟ ପଦକ ପାଇଁ ଖେଳିଥିଲେ। ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜର୍ମାନୀ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ଖେଳର ୨ ମିନିଟ ସମୟରେ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ଭାରତ କଡା ସଂଘର୍ଷ କରିବା ସହିତ ସିମରନଜିତ ସିଂ ଗୋଟିଏ ଗୋଲ ସ୍କୋର କରି ଦଳକୁ ସମାନ ସ୍ଥିତିକୁ ନେଇଆସିଥିଲେ। ତେବେ ପରେ ଜର୍ମାନୀ ପରକୁ ପର ଦୁଇଟି ଗୋଲ ସ୍କୋର କରି ମ୍ୟାଚରେ ୩-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ସିଂ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହା ଦଳକୁ ୩-୨ ସ୍ଥିତିରେ ପହଞ୍ଚାଇଥିଲା। ତେବେ କିଛି ସମୟ ବ୍ୟବଧାନରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଗୋଟିଏ ଗୋଲ ସ୍କୋର କରି ଦଳକୁ ସମାନ ସ୍ଥିତିକୁ ନେଇଆସିଥିଲେ। ତୃତୀୟ କ୍ୱାର୍ଟରରେ ରୁପିନ୍ଦରପାଲ ସିଂ ଗୋଟିଏ ଗୋଲ ସ୍କୋର କରିବାରୁ ଭାରତ ୪-୩ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ପରେ ସିମରନଜିତ ସିଂଙ୍କ ଆଉ ଏକ ଗୋଲ ଦଳକୁ ବିଜୟୀ ସ୍ଥିତିକୁ ନେଇଆସିଥିଲା, ଏବଂ ଖେଳ ଶେଷ ପର‌୍ୟ୍ୟନ୍ତ ଜର୍ମାନୀ ବହୁ ଉଦ୍ୟମ କରି ଆଉ ଗୋଟିଏ ମାତ୍ର ଗୋଲ ସ୍କୋର କରିବାରେ ସମର୍ଥ ହୋଇଥିଲା।ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories