www.samajalive.in
Monday, December 8, 2025
14.1 C
Bhubaneswar

କାଶ୍ମୀର ବିବାଦକୁ ମିଳୁଛି ପାକିସ୍ତାନି ପ୍ରୋତ୍ସାହନ

ନୂଆଦିଲ୍ଲୀ: କାଶ୍ମୀର ବିବାଦ ପାକିସ୍ତାନର କିଛି ପରିବାରଗୁଡିକ ଦ୍ୱାରା ସ୍ଥାପିତ ସଂସ୍ଥା ପାଇଁ ଏକପ୍ରକାର ପାରିବାରିକ ବ୍ୟବସାୟରେ ପରିଣତ ହୋଇଛି। ଉକ୍ତ ପରିବାରଗୁଡିକ ପିଢି ପରେ ପିଢି କାଶ୍ମୀର ବିବାଦ ଜାରି ରଖିବାକୁ ନାନା ଉପାୟରେ ଉଦ୍ୟମ କରୁଛନ୍ତି। ଡିସଇନଫୋ ଲାବ୍‍ ପକ୍ଷରୁ ‘ଦି କାଶ୍ମୀର କନଫ୍ଲିକ୍ଟ ଇଣ୍ଡଷ୍ଟ୍ରି ନେଟୱର୍କ’ ଶୀର୍ଷକ ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ସଂସ୍ଥାଦ୍ୱାର ବିଶ୍ୱସ୍ତରରେ କାଶ୍ମୀର ବିବାଦକୁ ପ୍ରୋତ୍ସାହନ ଦିଆଯାଉଛି। ଏହି ବିବାଦକୁ ଏଭଳି ସୃଷ୍ଟି କରାଯାଉଛି ଯେ, ସେଥିରେ ଶ୍ୱେତାଙ୍ଗ ରାଜନୈତିକ ବ୍ୟକ୍ତିଙ୍କ ପରିବାର ଠାରୁ ନେଇ ପାକିସ୍ତାନ ସଂସ୍ଥା ପର୍ଯ୍ୟନ୍ତ ଅନେକ ଏଭଳି ସଂପୃକ୍ତ ରହୁଛନ୍ତି, ଯାହା ସେମାନଙ୍କୁ ଏହି ବିବାଦକୁ ସବୁ ସମୟରେ ତେଜେଇ ରଖିବା ସହଜ ହେଉଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୬ ପରବର୍ତ୍ତୀ ସମୟରେ କାଶ୍ମୀର ବିରୋଧୀ କାର୍ଯ୍ୟକଳାପର କେନ୍ଦ୍ର ସାଉଦି ଆରବରୁ ତୁର୍କୀକୁ ସ୍ଥାନାନ୍ତରିତ ହୋଇଛି।

 

- Advertisement -

ଋିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କାଶ୍ମୀର ଉପତ୍ୟକାରେ ବିଶୃଙ୍ଖଳା ଏବଂ ସେଠାରେ ପ୍ରତିଟି ତଥାକଥିତ ମାନବାଧିକାର ପ୍ରସଙ୍ଗ ଉଠାଇବା ପଛରେ ଯେଉଁ ଷଡଯନ୍ତ୍ର କାମ କରୁଛି ସେଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଭୂମିକା ନେଉଛି। କାଶ୍ମୀର ଜନସାଧାରଣଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ କାଶ୍ମୀର କିଭଳି ଚିନ୍ତାର ବିଷୟ ପାଲଟିଛି ତାହା ଏହି ରିପୋର୍ଟରେ ଦର୍ଶାଯାଇଛି। କାଶ୍ମୀର ପ୍ରସଙ୍ଗକୁ ନେଇ ଯେତେ ଆଲୋଚନା ହେଉଛି ସେଥିରେ ବସ୍ତୁତଃ କେହି କାଶ୍ମୀର ଲୋକ ସାମିଲ ନାହାନ୍ତି। ଯଦି କେହି ଅଛନ୍ତି, ତେବେ ସେମାନଙ୍କୁ ଏକପାଖିଆ କରିଦିଆଯାଉଥିବା ରିପୋର୍ଟରେ କୁହାଯାଇଛି। ପାକିସ୍ତାନ ସିନେଟ ପକ୍ଷରୁ ୨୦୧୬ ଅକ୍ଟୋବର ୩ ତାରିଖରେ ଏକ ରିପୋର୍ଟ ପ୍ରକାଶ କରାଯିବା ପରେ କାଶ୍ମୀର ପ୍ରସଙ୍ଗକୁ ନେଇ ବିଶ୍ୱସ୍ତରରେ ଆଲୋଚନା ତ୍ୱରାନ୍ୱିତ ହୋଇଥିଲା। ଉକ୍ତ ସିନେଟ ରିପୋର୍ଟରେ ବିଶ୍ୱସ୍ତରର ଲବି କରୁଥିବା ଗୋଷ୍ଠୀଙ୍କୁ ନିୟୋଜିତ କରାଯିବା ଏବଂ ଭାରତ ବିରୁଦ୍ଧରେ ବିଶ୍ୱବାସୀଙ୍କର ରହିଥିବା ଦୃଷ୍ଟିକୋଣ ପରିବର୍ତ୍ତନ କରିବାକୁ ସମସ୍ତ ଲବି ଗୋଷ୍ଠୀଗୁଡିକୁ ପୁନଃସକ୍ରିୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

 

ପାକିସ୍ତାନର ଉକ୍ତ ରିପୋର୍ଟରେ ଯାହା କୁହାଯାଇଥିଲା ତାହାକୁ ପଲିସ ପ୍ରୋଜେକ୍ଟ, ଇକ୍ୱାଲିଟି ଲାବ୍‍ ଏବଂ ଜଷ୍ଟିସ ଫର କାଶ୍ମୀର ଭଳି ନୂଆ ସଂଗଠନ ମଧ୍ୟ କହିବା ଆରମ୍ଭ କରିଥିଲେ। ମିଛ ଖବର ଏବଂ ଭ୍ରାନ୍ତ ସୂଚନା ଜରିଆରେ ପାକିସ୍ତାନ ନାନା ଅପପ୍ରଚାର କରିଚାଲିଛି। ସେଥିମଧ୍ୟରେ କାଶ୍ମୀରରେ ଅଶାନ୍ତ ଅବସ୍ଥା ଲାଗି ରହିଥିବା, ଭାରତୀୟ ସେନା ଉପତ୍ୟକାରେ ଅତ୍ୟାଚାର କରୁଥିବା ଏବଂ ଜମ୍ମୁ କାଶ୍ମୀରର ଭୋ÷ଗୋଳିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନ କରିବାକୁ ଧାରା ୩୭୦ ଧାରା ଉଚ୍ଛେଦ କରାଯାଇଥିବା ଭଳି ଅପପ୍ରଚାର କରାଯାଉଛି। ଭାରତୀୟ ସେନାଙ୍କ ଦ୍ୱାରା ଉପତ୍ୟକାରେ ହିଂସାତ୍ମକ ଘଟଣା ଘଟାଯାଉଥିବା ଖବର ବାରମ୍ବାର ପ୍ରଚାର କରାଯାଇ ଏହି ପରିସ୍ଥିତି ପ୍ରତି ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିବାର ଅପଚେଷ୍ଟା କରାଯାଉଛି।

 

ଏସବୁ ସହିତ ଭାରତରୁ ଷ୍ଟାଣ୍ଡୱିଥ୍‍କାଶ୍ମୀର, କାଶ୍ମୀରବ୍ଲିଡ୍‍ଓ, କାଶ୍ମୀରଲାଇଭ୍‍ସମ୍ୟାଟର, କାଶ୍ମୀରମାର୍ଟିର୍ସଡେ ଭଳି ଟ୍ୱଟର ହ୍ୟାଣ୍ଡଲ ଜରିଆରେ ମଧ୍ୟ ନାନା ମିଥ୍ୟା ଖବର ପ୍ରଚାର କରାଯାଉଛି। ଏହି ଲୋକମାନେ ବିଶ୍ୱସ୍ତରରେ କାଶ୍ମୀର ପ୍ରସଙ୍ଗ ଉପରେ ଅନ୍ୟମାନଙ୍କୁ ନିୟୋଜିତ ରତ୍କବା ସହିତ ଏହା ଉପରେ ଜନମତ ସୃଷ୍ଟି କରୁଥିବା ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ପାକିସ୍ତାନ ସରକାର ତିଷ୍ଠି ରହିବା ପାଇଁ କାଶ୍ମୀର ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଶେଷକରି ସେ ଦେଶର ସେନା ବାହିନୀ ପାକିସ୍ତାନ ଜନସାଧାରଣଙ୍କ ମଧ୍ୟରେ ଆସ୍ଥାଭାଜନ ହେବା ପାଇଁ ସେମାନଙ୍କୁ କାଶ୍ମୀର ପ୍ରସଙ୍ଗରେ ନାନା ମନଗଢା କଥା କହିଚାଲୁଛି। ସ୍ଥାନୀୟ ଜନସାଧାରଣ ଘରୋଇ ପ୍ରସଙ୍ଗ ଅଥବା ବିକାଶମୂଳକ କଥା ଉଠାଇବାବେଳେ ସେମାନଙ୍କୁ କାଶ୍ମୀର ବିରୁଦ୍ଧରେ କୁହାଯାଇ ସେମାନଙ୍କ ଦୃଷ୍ଟି ଅନ୍ୟତ୍ର ନେବାକୁ ଉଦ୍ୟମ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories