www.samajalive.in
Sunday, December 7, 2025
13.1 C
Bhubaneswar

ବିକାଶ ହେବ ଧାର୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳୀ; ‘ସ୍ବଦେଶ’ରେ ୪ ଉପକୂଳବର୍ତ୍ତୀ ଅଞ୍ଚଳ ସାମିଲ

ଭୁବନେଶ୍ୱର: ବିକାଶ ହେବ ରାଜ୍ୟର ଧାର୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳୀ। ବିଶେଷ ଭାବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କ ଲାଗି ବି​‌େ​‌ଶଷ ଆକର୍ଷଣ ରହିଥିବାରୁ ଏହାର ଭିତ୍ତିଭୂମି ବିକାଶ କରାଯିବ। ‘ସ୍ୱଦେଶ ଦର୍ଶନ’ ଯୋଜନାରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମପଡ଼ାକୁ ସାମିଲ କରାଯାଇଛି। ଏସବୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ୭୬.୪୯କୋଟି ମଞ୍ଜୁର କରିଥିବାବେଳେ ୧୫.୩କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଭୁବନେଶ୍ବର ଆଞ୍ଚଳିକ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୨୧ଟି ରାଜ୍ୟର ପର୍ଯ୍ୟଟନସ୍ଥଳି, ଐତିହ୍ୟ ଓ ଧାର୍ମିକ ପୀଠର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରାଳୟକୁ ୧୦୦କୋଟି ଅନୁଦାନ ପ୍ରଦାନ କରିଛି। ଏହାସହିତ ପର୍ଯ୍ୟଟନସ୍ଥଳୀ, ଐତିହ୍ୟ ଓ ଧାର୍ମିକ ପୀଠର ପ୍ରଚାର ଓ ପ୍ରସାର ଲାଗି ୪୧୨କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଦେଶରେ ଥିବା ଧାର୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ତୀର୍ଥଯାତ୍ରା କାୟାକଳ୍ପ ଓ ଆଧ୍ୟାତ୍ମିକ ବୃଦ୍ଧି ଡ୍ରାଇଭ୍‍(ପ୍ରସାଦ) ଓ ‘ସ୍ୱଦେଶ ଦର୍ଶନ’ ନାମକ ଦୁଇଟି ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ‘ପ୍ରସାଦ’ ଯୋଜନାରେ ଶ୍ରୀଜଗନ୍ନାଥଧାମ ତଥା ଶ୍ରୀକ୍ଷେତ୍ର ପୁରୀ ସାମିଲ ହୋଇଛି। ତେବେ ‘ପ୍ରସାଦ’ଯୋଜନାରେ ପୁରୀର ସର୍ବାଙ୍ଗୀଣ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଭୁବନେଶ୍ବର ଆଞ୍ଚଳିକ ପର୍ଯ୍ୟଟନ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପ୍ରତି ପର୍ଯ୍ୟଟକଙ୍କ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଏଥିପାଇଁ ବିଭିନ୍ନ ସମୟରେ ବହୁ ପର୍ଯ୍ୟଟକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଭ୍ରମଣ କରିଥାଆନ୍ତି। ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସ୍ୱଦେଶ’ ଦର୍ଶନ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୮୪୦.୭୭କୋଟି ଟଙ୍କା ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫୦କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ହୋଟେଲ୍‍ ବର୍ଗିକରଣ, ଟ୍ରାଭେଲ୍‍ ଏଜେନ୍ସି ଓ ଟୁର୍‍ ଅପରରେଟର ସାଙ୍ଗକୁ ନିଜ ଘରେ ପର୍ଯ୍ୟଟକଙ୍କୁ ରଖିବା ଲାଗି ‘ବେଡ୍‍ ଆଣ୍ଡ୍‍ ବ୍ରେକ୍‍ଫାଷ୍ଟ’ ଯୋଜନା କାର୍ଯ୍ୟକାରୀ ହେଉଛି। ବରିଷ୍ଠ ପର୍ଯ୍ୟଟନ ଅଧିକାରୀ ଏହାର ତର୍ଜମା କରିବା ପରେ ଅନୁମତି ଦେଇଥାନ୍ତି। ପର୍ଯ୍ୟଟନସ୍ଥଳୀ, ଐତିହ୍ୟସ୍ଥଳୀ, ଧାର୍ମିକପୀଠ, ସମୁଦ୍ରତଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଯେଭଳି ଅଧିକ ପର୍ଯ୍ୟଟକ ଆସିପାରିବେ ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରଚାର ଓ ପ୍ରସାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories