ଅତାବିରାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସ୍ଥିତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର ବରଗଡ଼ ୱେରେ ରହିଥିବା ଲାଦେର ପାଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପ ପରିସରରେ ଆଜି ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଧାୟକ ନିହାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ।ଶିବିରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମହମ୍ମଦ ଅକବରଙ୍କ ପରିଚାଳନା କ୍ରମେ ଅତାବିରା ଏନଏସିର ୧୨ଟି ୱାର୍ଡ ସହ ବ୍ଲକର ୨୪ଟି ପଞ୍ଚାୟତର କୋଣ ଅନୁକୋଣରୁ ଭିନ୍ନକ୍ଷମ ଚିହ୍ନଟ ଓ ସେମାନଙ୍କ ବସ୍ ପାସ, ବିଭିନ୍ନ ଉପକରଣ ସାମଗ୍ରୀ, ସ୍ଵାସ୍ଥ୍ୟ ବ୍ୟବସ୍ଥା ଓ ଋଣ ସମ୍ବନ୍ଧୀୟ ବ୍ୟତୀତ ସରକାରଙ୍କ ଠାରୁ ରହିଥିବା ସୁବିଧା ସୁଯୋଗ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏପରିକି ଏହି ଭିନ୍ନକ୍ଷମ ମାନେ ଅନେକେ ସରକାରୀ ସୁବିଧାରୁ ବଂଚିତ ରହୁଥିବା ଶିବିରରେ ନଜିର ରହିଥିବା ବେଳେ ତାଙ୍କର ସବୁ କିଛି ସୁବିଧା ପ୍ରଦାନ କରାଯିବ ବୋଲି ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ। ଶିବିରରେ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ଅସୁବିଧାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଜିଲ୍ଲାସ୍ତରରୁ ଛଅ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ। ଶିବିରରେ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସ୍ଵାସ୍ଥ୍ୟ କ୍ଷେତ୍ରରେ ୨୪୨ ଜଣ ଆବେଦନକାରୀଙ୍କ ପରୀକ୍ଷା କରାଯାଇଥିବା ବେଳେ ୪ ଜଣଙ୍କୁ ଟ୍ରାଇ ସାଇକଲ, ୧୩ ଜଣଙ୍କୁ ହୁଇଲ ଚେୟାର,୧୩ ଜଣଙ୍କୁ କୃତ୍ରିମ ଅଙ୍ଗ, ୬ଜଣଙ୍କୁ ଶ୍ରବଣ ଯନ୍ତ୍ର, ଜଣଙ୍କୁ ଏମ୍ ଟି ସି, ୩ ଜଣଙ୍କୁ ଏମ୍ ଆଇ ସି କିଟ୍, ୪ ଜଣଙ୍କୁ ସି ପି ଚୌକି, ୨ଜଣକୁ ଆଶା ବାଡ଼ି, ଜଣକୁ ବେଟ୍ରି ଚାଲିତ ଟ୍ରାଇ ସାଇକଲ ଓ ୪୧ଜଣକୁ ବସ୍ ପାସ ପ୍ରଦାନ କରାଯାଇଥିଲା।

Comments are closed.