ସାମ୍ବାଦିକଙ୍କ ସ୍ଥିତି ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ପାତ୍ରପୁର: ପାତ୍ରପୁର ସୀମାନ୍ତ ସାମ୍ବାଦିକ ସଂଘ୍ ପକ୍ଷରୁ ସାମନ୍ତି ପଲ୍ହୀ ଶ୍ରୀ ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାପୀଠ ତରେ ଜାତୀୟ ପ୍ରେସ ଦିବସ ପାଳନ ହେବା ସହ ସାମ୍ବାଦିକଙ୍କ ସ୍ଥିତି ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପାତ୍ରପୁର ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡା ଓ ଇଚ୍ଛାପୁର ସାମ୍ବାଦିକ ମାନେ ଯୋଗ ଦେଇ ଥିଲେ। ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ.ଯାମିନୀକାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାତ୍ରପୁର ତହସିଲଦାର ଅଶୋକ ପଟ୍ଟନାୟକ, ଜରଡ଼ା ଥାନାଧିକାରୀ ଟୁନା ସାସମଲ, ସଂଘ ଉପଦେଷ୍ଟା ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ, କଳିଙ୍ଗ ଟିଭି ଦକ୍ଷିଣାଞ୍ଚଳ ମୂଖ୍ୟ ପ୍ରକାଶ ପଟ୍ଟନାୟକ, ଶ୍ରୀ ଭରତ ପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟପ୍ରକାଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ସଂଘ ସମ୍ପାଦକ ମାଧବ ବାଡ଼ତ୍ୟା ଅତିଥି ପରିଚୟ ସହ ସଂଘ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ମାନେ ନିଜେ ଲକ୍ଷ୍ମଣରେଖା ପାର ନକରି ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ଅନେକ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁଇ ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ ଓ ପ୍ରକାଶ ପଟ୍ଟନାୟକଙ୍କ ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.