ସୁରକ୍ଷା ବାଡ଼ ଅପେକ୍ଷାରେ ମୁକୁଳା ଟ୍ରାନ୍ସଫର୍ମର
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ହାଇସ୍କୁଲ ଖେଳପଡିଆକୁ ଲାଗି ରହି ଅନାବନା ବୁଦାରେ ଢାଙ୍କି ହୋଇ ବିପଦକୁ ଆମନ୍ତ୍ରଣ କରୁଥିବା ବହୁ ପୁରୁଣା ଟ୍ରାନ୍ସଫର୍ମର ଟାଟା ପାୱାରର ସୁରକ୍ଷା ବାଡ଼ ଅପେକ୍ଷାରେ ଅବହେଳିତ ହୋଇ ପଡ଼ି ରହିଛି। ଅସମ୍ପୂର୍ଣ୍ଣ ପାଚେରୀ ଥିବା ଖେଳପଡିଆରେ ରାତି ପାହିଲେ ଗାଆଁ ପିଲା ତଥା ସ୍କୁଲ ପିଲା ମାନଙ୍କ ଖେଳ ଆରମ୍ଭ ହୋଇଯାଏ। ଏହା ବ୍ୟତୀତ ଏହି ମୁକୁଳା ଟ୍ରାନ୍ସଫର୍ମର ନିରୀହ ଗାଈଗୋରୁ, ଛେଳି ମେଣ୍ଢାଙ୍କ ପାଇଁ ମଧ୍ୟ ଅଭିଶାପ ପାଲଟି ଯାଇଛି। ଛାତ୍ରଛାତ୍ରୀ ତଥା ପିଲା ମାନେ ପଡ଼ିଆରେ ଖେଳିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ସଂପୃକ୍ତ ବିଭାଗୀୟ ଟାଟା ପାୱାର ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ସୁରକ୍ଷା ବାଡ଼ ଦେଲେ କଳ୍ପିତ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Comments are closed.