www.samajalive.in
Sunday, December 7, 2025
13.1 C
Bhubaneswar

ପାଟଣା ବ୍ଲକ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ପାଟଣା: କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଆଜି ପାଟଣା ବ୍ଲକ ଅଞ୍ଚଳ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି। ଚାକୁଣ୍ଡାପାଳ ପଞ୍ଚାୟତ ସାନଗହ୍ମାରିଆ ଗ୍ରାମରେ ରୁକ୍ମଣୀ ମହାନ୍ତ କିପରି ୪୦ ଡିସମିଲ ଜମିରେ କାକୁଡି ଚାଷ କରି ଦିନକୁ ଦଶ ବସ୍ତା କାକୁଡି ଉତ୍ପାଦନ କରୁଛନ୍ତି ତାହା ବୁଲି ଦେଖିବା ସହ ଲିଲିମଣି ମହାନ୍ତ ଙ୍କ ସିମେଣ୍ଟ ଟାଙ୍କିରେ କଉ ମାଛ ଚାଷ କରି ସେ କିପରି ବାର୍ଷିକ ୪୦ ହଜାର ଟଙ୍କା ଲାଭ କମାଉଛନ୍ତି ତାହା ବୁଲି ଦେଖିଥିଲେ। ସେହିପରି ଗ୍ରାମରେ ହିତାଧିକାରୀ ଗୋଷ୍ଠୀ ଙ୍କ ମୋ ଉପକାରୀ ବଗିଚା ବୁଲି ଦେଖିବା ସହ ଓମବାଡସି ଅନୁଦାନରେ ଚାଲିଥିବା ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତିକରଣ ,କେନ୍ଦେଇପଶି ଠାରେ ୫ ଟି ଅଧୀନ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ, ଉତ୍ପାଦନକାରୀ ଗୋଷ୍ଠୀଙ୍କ ଦ୍ବାରା କାଗଜ ଖଲି ଶିଳ୍ପ ପରିଦର୍ଶନ, ମିଶନଶକ୍ତି ମାଧ୍ୟମରେ ଚନ୍ଦ୍ରିକା ନାଏକଙ୍କ ଦ୍ଵାରା କୁକୁଡ଼ା ଚାଷ ବୁଲି ଦେଖିବା ସହ ମୂଷାଖୋରି ପଞ୍ଚାୟତ ଅନ୍ତର୍ଗତ ମଲିପଶି ଜନତା ଉଚ୍ଚ ବିଦ୍ୟାଳୟରେ ୫ଟି ଅଧୀନରେ ଚାଲିଥିବା ଶ୍ରେଣୀ ଗୃହ ନିର୍ମାଣ ଆଦି ବୁଲି ଦେଖିବା ପରେ ବ୍ଲକରେ ଏକ ସମୀକ୍ଷା ବୈଠକ କରିଥିଲେ।

ଗସ୍ତକ୍ରମ ଓ ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟଙ୍କୁ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ,ଏପିଓ ମଧୁସୂଦନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ ,ଓଡ଼ିଶା ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ପରିଚାଳନା ମନୋରଞ୍ଜନ ମହାପାତ୍ର, ଜଳ ବିଭାଜିକା, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଅଶେଷ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ବେହେରା, ସିଦ୍ଧ ମାଝୀ, ମନୋଜ ପଣ୍ଡା ଓ ମୋନାଲିସା ଚକ୍ର ପ୍ରମୁଖ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories