www.samajalive.in
Monday, December 8, 2025
14.1 C
Bhubaneswar

ନୂଆ ଭୂମିକାରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ; ମଥୁରାରେ ଦେଉଛନ୍ତି ପ୍ରବଚନ

ମଥୁରା: ପୁଲିସ ବିଭାଗର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ଶେଷରେ ତାଙ୍କ ମନ ଧର୍ମ ପ୍ରତି ଏଭଳି ଢଳିଲା ଯେ ଗେରୁଆ ଲୁଗା ପିନ୍ଧିଲେ । ଭଗବତ ମହିମା ପ୍ରଚାର ପାଇଁ ପ୍ରବଚକ ସାଜିଲେ । ଏବେ ସେ ମଥୁରାରେ ଭଗବତ କଥାବସ୍ତୁ ସମ୍ପର୍କରେ ପ୍ରବଚନ ଦେଉଛନ୍ତି । ସେ ହେଉଛନ୍ତି ବିହାରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ।
ଗୁପ୍ତେଶ୍ୱର ବୃନ୍ଦାବନର ଚୈତନ୍ୟ ବିହାରରେ ଥିବା ପରାଶର ପୀଠରେ ସଂପ୍ରତି ସାତଦିନ ବ୍ୟାପୀ ଭାଗବତ କଥା ଉପରେ ସେ ପ୍ରବଚନ ଦେଉଛନ୍ତି । ରବିବାର ଆରମ୍ଭ ହୋଇଥିବା ଏହି ପ୍ରବଚନ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଉଦଘାଟନ କରିଥିଲେ । ଜଣେ ବିଶିଷ୍ଟ ପ୍ରବଚକ ଶ୍ୟାମ ସୁନ୍ଦର ପରାଶର କହିଛନ୍ତି ଯେ, ଗୁପ୍ତେଶ୍ୱର ପାଣ୍ଡେ ଏକବର୍ଷ ପର୍ଯ୍ୟନ୍ତ ଭଗବତ ଗୀତା ସମ୍ପର୍କରେ ଅଧ୍ୟୟନ କରିବା ପରେ ସେ ପ୍ରବଚକ ହେବାର ଯୋଗ୍ୟତା ଅର୍ଜନ କରିଥିଲେ । ପ୍ରତିଦିନ ସେ ବିଭିନ୍ନ ଧାର୍ମିକ ଚାନେଲରେ ତିନିଘଣ୍ଟା ପ୍ରବଚନ ଦେଉଛନ୍ତି । ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିବୃତି ଦେବାପରେ ଗତବର୍ଷ ଗୁପ୍ତେଶ୍ୱର ପାଣ୍ଡେ ଚର୍ଚ୍ଚିତ ହୋଇଥିଲେ । ପରେ ସେ ଚାକିରୀରୁ ଅବସର ନେଇଥିଲେ ଏବଂ ଅନେକ ଭାବୁଥିଲେ ଯେ ସେ ରାଜନୀତି କ୍ଷେତ୍ରକୁ ପ୍ରବେଶ କରିବେ । ଅବସର ନେବା ପରେ ଶ୍ରୀ ପାଣ୍ଡେ ଦ୍ୱିତୀୟ ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ଧର୍ମ ପଥକୁ ବାଛିନେଇଛନ୍ତି । ତାଙ୍କ ପୂର୍ବରୁ ପ୍ରାୟ ଦଶବର୍ଷ ତଳେ ଉତ୍ତରପ୍ରଦେଶର ଜଣେ ଆଇପିଏସ ଅଧିକାରୀ ଡି କେ ପଣ୍ଡା ମହିଳା ବେଶରେ ସଜ୍ଜିତ ହେବା ସହିତ ନିଜକୁ ‘ରାଧା’ ବୋଲି କହିବା ଆରମ୍ଭ କରିଦେଇଥିଲେ । ସେ ଶାଢୀ ପରିଧାନ ସହିତ ସିନ୍ଦୁର, ନାକ ନୋଥ ପିନ୍ଧି ତାଙ୍କ ଘରେ ଘଣ୍ଟା ଘଣ୍ଟା ନୃତ୍ୟ କରୁଥିଲେ । ଏହାକୁ ନେଇ ତାଙ୍କ ପତ୍ନୀ ତାଙ୍କଠାରୁ ଛାଡପତ୍ର ଲୋଡିଥିଲେ । ଶେଷରେ ଶ୍ରୀ ପଣ୍ଡା ୨୦୦୫ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସଂପ୍ରତି ସେ ପ୍ରୟାଗରାଜରେ ଅବସ୍ଥାନ କରୁଛନ୍ତି ଏବଂ ପ୍ରବଚନ ସହିତ ନିଜର ନୃତ୍ୟ ଜାରି ରଖିଛନ୍ତି । ଏବେ ନିଜକୁ ସେ ‘ଦୁସରୀ ରାଧା’ ଭାବରେ ପରିଚୟ ଦେଉଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories