www.samajalive.in
Monday, December 15, 2025
16.1 C
Bhubaneswar

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା, କୋହଲି ୨ୟରେ ସ୍ଥିର; ଧାୱନ ୧୬କୁ ଉଠିଲେ

ଦୁବାଇ: ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୮୬ ରନ୍‌ କରିବା ଯୋଗୁଁ ଶିଖର ଧାୱନ ୨ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ଫଳରେ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ଅସ୍ଥାୟୀ ଅଧିନାୟକ ଧାୱନ ୧୬ନଂ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ନିୟମିତ ଅଧିନାୟକ ବିରାଟ କୋହଲି ୨ୟ ସ୍ଥାନରେ ସ୍ଥିର ରହିଛନ୍ତି। କୋହଲି ୮୪୮ ପଏଣ୍ଟ ପାଇଥିବା ବେଳେ ୩ୟ ସ୍ଥାନରେ ଥିବା ଭାରତୀୟ ଓପ୍‌ନର ରୋହିତ ଶର୍ମା ୮୧୭ ପଏଣ୍ଟ ସହ ୩ୟ ସ୍ଥାନରେ ଅଛନ୍ତି। ୮୭୩ ପଏଣ୍ଟ ସହ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଶୀର୍ଷରେ ରହିଛନ୍ତି। ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ରସ୍ ଟେଲର ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍‌।

ଦିନିକିଆ ବୋଲିଂ ମାନ୍ୟତାରେ ୪ଟି ସ୍ଥାନର ଉନ୍ନତି ଘଟାଇ ୟୁଜବେନ୍ଦ୍ର ଚହଲ ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ୨୨ଟି ସ୍ଥାନର ଉନ୍ନତି ଘଟାଇ ୩୬ତମ ସ୍ଥାନରେ ଓ ଦକ୍ଷିଣ ଆଫ୍ରିକାର ତାବ୍ରେଜ୍‌ ସାମ୍‌ସି ୮ଟି ସ୍ଥାନର ଉନ୍ନତିକରି ୩୯ତମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନ-ଇଂଲଣ୍ଡ ଦିନିକିଆ ସିରିଜ୍‌ରେ ଉଭୟ ଦଳ ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ମହମ୍ମଦ ରିଜ୍‌ୱାନ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଉଲ୍ଲେଖନୀୟ ଉନ୍ନତି କରିଛନ୍ତି। ସିରିଜ୍‌ରେ ୧୭୬ ରନ୍‌ କରିଥିବା ରିଜ୍‌ୱାନ ଜୀବନର ଶ୍ରେଷ୍ଠ ମାନ୍ୟତା ୭ନଂରେ ପହଞ୍ଚିଛନ୍ତି। ଲିଭିଙ୍ଗ୍‌ଷ୍ଟୋନ୍‌ ୧୪୪ଟି ସ୍ଥାନର ଉନ୍ନତି ଘଟାଇ ୨୭ତମ ସ୍ଥାନରେ ଅଛନ୍ତି। ପ୍ରଥମ ମ୍ୟାଚ୍‌ରେ ୪୩ ବଲ୍‌ରୁ ଲିଭିଙ୍ଗ୍‌ଷ୍ଟୋନ୍‌ ୧୦୩ ରନ୍‌ କରିଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories