www.samajalive.in
Saturday, December 13, 2025
23.1 C
Bhubaneswar

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡ଼ିର ବିକ୍ଷୋଭ

ବରପାଲି: ଚାଷୀର ଉତ୍ପାଦିତ ଧାନ କିଣାବିକାରେ ବିଜେପି ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିତୀ ଓ ଚାଉଳ କିଣାରେ ଅଣଦେଖା କାର୍ଯ୍ୟକଳାପକୁ ନେଇ ସ୍ଥାନିୟ ବିଜେଡ଼ି ଦଳିୟ କର୍ମକର୍ତ୍ତା ଓ କର୍ମିଙ୍କ ଦ୍ୱାରା ବିକ୍ଷୋଭ ପଦର୍ଶନ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରତିଶୃତି ଏବଂ କୃଷକମାନଙ୍କ ପ୍ରତି ଜାଣିଶୁଣି ଅବହେଳା ଓ ଅଣଦେଖା କାର୍ଯ୍ୟକଳାପ ସହ ଚୁପିଚାପି ମନୋଭାବକୁ ନେଇ ସ୍ତାନିୟ ବ୍ଲକ ବିଜେଡ଼ି ଦଳ ପକ୍ଷରୁ ସ୍ତାନିୟ ୱାରହାଉସ ପରିସରରେ ଗଣବିକ୍ଷୋଭ ପଦର୍ଶନ ସହ ଧାରଣାରେ ବସିଥିଲେ।

ମଙ୍ଗଳବାର ପୁର୍ବାହ୍ନରେ ବିଜେପୁର ବିଧାୟିକା ରିତା ସାହୁଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର, ରାଜ୍ୟ ମୋ ପରିବାର ସଦସ୍ୟ ଗୌରହରି ମିଶ୍ର, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଧାୟିକା ପ୍ରତିନିଧି ଟିକାଏତ ମହତ୍ତମ, ବନ୍ତରାମ ସେଠ ସୁମିତ ସାହୁ, ବିଜନ ଦାଶ, ମଧୁ ପଧାନ, ପବିତ୍ର ବାଗ, ପ୍ରହଲ୍ଲାଦ ନାଏକ, ଦିଲିପ ପଧାନ, ମହେନ୍ଦ୍ର ମେହେର ସାହୁ, ନରେନ୍ଦ୍ର ହୋତା, ଦିବ୍ୟ କିଶୋର ବହେରା ପ୍ରମୁଖଙ୍କ ସହିତ ଦଳିୟ ମହିଳା ଓ ଯୁବ ଛାତ୍ର କର୍ମି ଏକ ଶୋଭାତ୍ରାରେ ବାହାରି ରେଲ ଷ୍ଟେସନ ସମ୍ମୁଖ ୱେରହାଉସ ପରିସରରେ ବିକ୍ଷୋଭ ପଦର୍ଶନ କରିଥିଲେ। ଧାରଣା ସ୍ଥଳରେ ନେତୃବୃନ୍ଦ କେନ୍ଦ୍ର ସରକାରକୁ ତିବ୍ର କଟୁ ସମାଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାର ଉପସ୍ଥାପିତ ଚାଷୀଙ୍କ ନ୍ୟାର୍ଯ୍ୟ ଦାବିକୁ କେନ୍ଦ୍ରର ବାରାମ୍ବାର ପ୍ରତ୍ୟାଖ୍ୟାନ, କୃଷକ ମାରଣ ନିତୀ, ହିନମାନ୍ୟତା ଆପଣାଇବା ଏବଂ ସଙ୍କୋଚ ମନୋବୃତ୍ତି ପଦର୍ଶନ ସମ୍ପର୍କିତ କେନ୍ଦ୍ର ସରକାରଙ୍କୁ ଦୋଶାରୁପ ଦେଇ ଝାଡ଼ିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories