ବୌଦ୍ଧ : ବୌଦ୍ଧ ସହରର ନୁଆସାହି ରିଫ୍ୟୁଜି କଲୋନିର ଝିଅ ଶ୍ରୃତି ମିଶ୍ର ବୌଦ୍ଧ ଜିଲା ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱର ସ୍ଥିତ କଳେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ସ୍ଥାପତ୍ୟ କଳାର ଚତୁର୍ଥ ବର୍ଷର ଛାତ୍ରୀ ଥିବା ଶ୍ରୃତି ନେସନାଲ ଆସୋସିଏସନ ଅଫ ଷ୍ଟୁଡେଣ୍ଟ ଅଫ ଆର୍କିଟେକଚର ଇଣ୍ଡିଆର ପୁର୍ବ ଭାରତର ୩୦ ଗୋଟି କଲେଜ ସଂଘର ପ୍ରାନ୍ତିୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଉକ୍ତ ପଦବୀରେ କୌଣସି ଓଡ଼ିଆ ଝିଅ ପୁର୍ବରୁ ନିର୍ବାଚିତ ହୋଇନଥିବା ବେଳେ ଶ୍ରତି କେବଳ ବୌଦ୍ଧ ଜିଲା ପାଇ ନୁହେଁ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି। ଶ୍ରୃତି ରିଫ୍ୟୁଜି କଲୋନିର ରମେଶ ମିଶ୍ରଙ୍କ ଝିଅ ଅଟନ୍ତି।
Popular Categories



