www.samajalive.in
Wednesday, December 10, 2025
18.1 C
Bhubaneswar

ତୃତୀୟ ଗିନିଜ ବୁକ୍‌ ବିଶ୍ୱ ରେକର୍ଡ ପ୍ରତୀକ୍ଷାରେ ‘ପଞ୍ଚ ମ୍ୟାନ୍‌’ ସତ୍ୟପୀର

ଭବାନୀପାଟଣା : ଭାରତର ‘ପଞ୍ଚ୍‌ ମ୍ୟାନ୍‌’ ଭାବେ ସୁପରିଚିତ ସତ୍ୟପୀର ପ୍ରଧାନ ବର୍ତ୍ତମାନ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ବ ରେକର୍ଡ ଭାଙ୍ଗି ଭାରତକୁ ଆଉ ଏକ ଗୌରବ ଆଣି ଦେବାକୁ ଆସନ୍ତା ଜୁଲାଇ ୨୩ରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଶ୍ରୀ ପଧାନ ପୂର୍ବରୁ ୨୦୧୭ରେ ଏକ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ବ ରେକର୍ଡ ନିଜ ନାଁରେ କରିସାରିଛନ୍ତି। ସେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ସତ୍ୟପୀର କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର ଅନିରୁଦ୍ଧ ପ୍ରଧାନ ଓ ଶକୁନ୍ତଳା ପ୍ରଧାନଙ୍କ ପୁତ୍ର। ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଗତ ୭ ତାରିଖରେ ଅନୁମତି ପାଇଥିଲେ। ବର୍ତ୍ତମାନ ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ବ ରେକର୍ଡ କରିବା ପାଇଁ ପ୍ରୟାସ କରିବେ।

 

- Advertisement -

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ପ୍ରତ୍ୟକ୍ଷଦର୍ଶୀ ଭାବେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡ଼ାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ବ ତୁଲାଇବେ ବୋଲି ଶ୍ରୀ ପଧାନ ପ୍ରକାଶ କରିଛନ୍ତି। ସତ୍ୟପ୍ରିୟ ସାମରିକ କଳାରେ ରୁଚି ରଖିଥିବା ସହିତ ସେ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି। ଏଥିସହ ଶ୍ରୀ ପ୍ରଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ମିଳିତ ଜାତସଂଘ (ୟୁଏନ) ତରଫରୁ ଦିଲ୍ଲୀ (ଆଇଆଇଟି) ଠାରେ କର୍ମବୀର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories