www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ

ନୂଆଦିଲ୍ଲୀ: ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ। ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି ବେଶି। ସର୍ଭେ ଅନୁସାରେ ପିଲାମାନଙ୍କଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ। ବିଦେଶରେ ବି କୌଣସି ପ୍ରାଥମିକ ସ୍କୁଲ ବନ୍ଦ କରାଯିବା ନଜିର ବହୁତ କମ। ତେଣୁ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଏବଂ ପରେ ମାଧ୍ୟମିକ ସ୍କୁଲ ଖୋଲୁ। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସପୋର୍ଟ ଷ୍ଟାଫଙ୍କ ଟିକାକରଣ ଜରୁରୀ ବୋଲି ସେରୋ ସର୍ଭେ ପରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ପ୍ରକାଶ କରିଛନ୍ତି। ତେବେ​‌ ସ୍କୁଲ ଖୋଲିବା ପୂର୍ବରୁ ସବୁ ଶିକ୍ଷକ ଓ ଡ୍ରାଇଭରଙ୍କୁ ଟିକାକରଣ କରାଯାଉ ବୋଲି ସେ ପ୍ରକାଶ କରିଛନ୍ତି।


ଚତୁର୍ଥ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ କହିଛନ୍ତି ଯେ ଏବେ ବି ୪୦କୋଟି ଲୋକ ସମ୍ବେଦନଶୀଳ ଓ ବିଦଦରେ ରହିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା। ଦେଶର ୭୦ ଜିଲାରେ ୨୮, ୯୭୫ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା। ୭୦ ଜିଲାର ପ୍ରତି ଜିଲାରୁ ୧୦ ଗାଁ ଏବଂ ପ୍ରତି ଗାଁରୁ ୪୦ ନମୂନା ନେଇ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ପ୍ରାୟ ୬୭.୬% ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ। ୬ରୁ୯ ବର୍ଷ ପିଲାଙ୍କଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ। ୧୦ରୁ ୧୭ ବର୍ଷ ମଧ୍ୟରେ ୬୧.୬% ଏବଂ ୧୮ରୁ ୪୪ ମଧ୍ୟରେ ୬୬.୭%। ୪୫ରୁ ୬୦ ବର୍ଷ ମଧ୍ୟରେ ୭୭.୬ ସେରୋ ପ୍ରିଭେଲାନ୍ସ। ସର୍ଭେ ଅନୁସାରେ ଟିକା ନେଇଥିବା ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ ବେଶି। ଟିକା ନେଇନଥିବା ଲୋକଙ୍କଠାରେ ୬୨.୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ। ଗୋଟିଏ ଡୋଜ ଲୋକଙ୍କଠାରେ ୮୧% ଏବଂ ୨ଟି ଡୋଜ ପରେ ୮୯.୮%। ସର୍ଭେ ଅନୁସାରେ ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ଛୁଇଁ ସାରିଛି କରୋନା ଭୂତାଣୁ। ବାକି ୪୦କୋଟି ଲୋକ ଏବେ ବି ସମ୍ବେଦନଶୀଳ ରହିଛନ୍ତି। ଏବେ ବି ବିପଦ ରହିଛି। ଆଦୌ ଢିଲା ହେବା ଅନୁଚିତ ବୋଲି ସେରୋ ସର୍ଭେ ପରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ପ୍ରକାଶ କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories