www.samajalive.in
Tuesday, December 9, 2025
26.1 C
Bhubaneswar

୨୬ ଓ ୨୭ରେ ଆମାଜନ ପ୍ରାଇମ୍ ଡେ

ବେଙ୍ଗାଲୁରୁ: ଦେଶର ଅଗ୍ରଣୀ ଅନଲାଇନ ସଂସ୍ଥା ଆମାଜନ ଇଣ୍ଡିଆର ପ୍ରାଇମ୍ ଡେ ଚଳିତ ମାସ ୨୬ ଏବଂ ୨୭ରେ ଆୟୋଜିତ ହେବ । ଏହା ପୂର୍ବରୁ ୧୦୦ରୁ ଅଧିକ ନୂତନ ବ୍ୟବସାୟୀ, ମହିଳା ଉଦ୍ୟୋଗୀ, କାରିଗର ଏବଂ ବୁଣାକାରଙ୍କ ପକ୍ଷରୁ ୨,୪୦୦ରୁ ଅଧିକ ନୂଆ ହୋମ ଓ କିଚେନ, ଫେଶନ, ବିୟୁଟି, ଜୁଏଲାରୀ, ଷ୍ଟେସନାରୀ, ବଗିଚା ଏବଂ ଉଦ୍ୟାନ, ତେଜରାତି, ଇଲେକଟ୍ରୋନିକ୍ସ ଆଦି ବର୍ଗର ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ଅମାଜନ ଇଣ୍ଡିଆର ଏମଏସଏମଇ ଏବଂ ବିକ୍ରୟ ସହଯୋଗୀ ଏକ୍ସପେରିଏନ୍ସର ନିର୍ଦ୍ଦେଶକ ପ୍ରଣବ ଭାସିନ କହିଛନ୍ତି, ପ୍ରାଇମ୍ ଡେ ଅବସରରେ ଆମାଜନରେ ସାମିଲ ହୋଇଥିବା ୭୫,୦୦୦ରୁ ଅଧିକ ସ୍ଥାନୀୟ ଅଫଲାଇନ ଦୋକାନ ପ୍ରାଇମ ଡେ ସେଲ୍ ରେ ପ୍ରଥମ ଥର ପାଇଁ ପ୍ରବେଶ କରିବେ । ଗ୍ରାହକମାନେ ବିସ୍ତୃତ ବର୍ଗର ଅଫର ହାସଲ କରିବା ସହିତ ଆମାଜନ ଲଂଚ୍ ପ୍ୟାଡର କାରିଗର ବର୍ଗରେ ଅନ୍ତର୍ଭୁକ୍ତ ଥିବା ନିୟୁତରୁ ଅଧିକ କାରିଗର ଏବଂ ବୁଣାକାର, ସହେଲୀର ଲକ୍ଷେରୁ ଅଧିକ ମହିଳା ଉଦ୍ୟୋଗୀ, ହଜାର ହଜାର ନୂଆ ଉଦ୍ୟୋଗ ଏବଂ ବ୍ରାଣ୍ଡ୍ ଆଦିିଙ୍କ ଠାରୁ କ୍ରୟ କରି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବ ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories