ଟୋକିଓ : ଟୋକିଓ ଅଲିମ୍ପିକ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ କରୋନାର କାୟା ଏଠାରେ ମଧ୍ୟ ଦେଖାଦେଇଛି। କ୍ରୀଡ଼ା ଗ୍ରାମରେ ଥିବା ୨ ଆଥଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡିଛି। କରୋନା ସଂକ୍ରମଣର ଏହାର ୩ୟ ମାମଲା ହୋଇଥିବା ବେଳେ ଏହା ପୂର୍ବରୁ ଜଣେ ଆଥଲେଟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଏଫପିର ରିପୋର୍ଟ ଅନୁଯାୟୀ, ସଂକ୍ରମିତ ହୋଇଥିବା ଏହି ୨ ଆଥଲେଟ୍ ଟୋକିଓ ଅଲିମ୍ପିକର କ୍ରୀଡ଼ା ଗ୍ରାମରେ ଥିଲେ। ତେବେ ଏହି ୨ ଜଣ କେଉଁ ଦେଶରେ ସେନେଇ କୌଣସି ସ୍ପଷ୍ଟତା ମିଳି ନାହିଁ।
ଟୋକିଓ ଅଧିକାରୀଙ୍କ ଅନୁଯାୟୀ, ସଂକ୍ରମିତ ଆଥଲେଟମାନଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ପଠାଯାଇଛି। ଅଲିମ୍ପିକ କ୍ରୀଡା ଗ୍ରାମରେ ଅଲିମ୍ପିକ ସମୟରେ ପ୍ରାୟ ୧୧,୦୦୦ ଆଥଲେଟ୍ ଏବଂ ହଜାର ହଜାର କର୍ମଚାରୀ ରହିବାର ବ୍ୟବସ୍ଥା ହୋଇଛି।



