www.samajalive.in
Monday, December 15, 2025
15.1 C
Bhubaneswar

ଡେଙ୍ଗୁ ଓ ମେଲେରିଆକୁ ଆମନ୍ତ୍ରଣ କରୁଛି କଲମପୁର ବିପର୍ଯ୍ୟସ୍ଥ ପରିମଳ ବ୍ୟବସ୍ତା

କଲମପୁର : ଦିନକୁ ଦିନ ବିପର୍ଯ୍ୟସ୍ଥ ହେଉଛି କଲମପୁର ପରିମଳ ବ୍ୟବସ୍ତା। ରାସ୍ତା କଡରେ ଜମି ରହୁଛି କୁଢ କୁଢ ମଇଳା। ମଇଳା ପାଣି ପ୍ରବାହିତ ପାଇଁ ଥିବା ନାଳି ସବୁ ମରାମତି ଅଭାବ ଓ ସଫେଇ କରିବାରେ ଅବହେଳା କରାଯାଉଥିବାରୁ ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏହାସହ ଜନ ବସତି ନିକଟରେ କିଛି ଆବର୍ଜାନା ପୂର୍ଣ୍ଣ ଥାଇ ବର୍ଷ ତମାମ ଖାଲରେ ପାଣି ଜମି ରହୁଛି। ଏଥିରେ ବିଭିନ୍ନ ମଶା, ମାଛି ଜନ୍ମ ନେଉଛନ୍ତି । ଯାହାଫଳରେ ଲୋକେ ପ୍ରଭାବିତ ହେଉଛନ୍ତି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବାରୁ ଆଗାମୀ ଦିନରେ କଲମପୁର ଅଂଚଳରେ ଡେଙ୍ଗୁ, ମେଲେରିଆ ଓ ଝାଡା ବାନ୍ତି ରୋଗର ପ୍ରଭାବ ଦେଖା ଦେବାର ଆଶଙ୍କା କରାଯାଉଛି। କୋକସରା, ଧର୍ମଗଡ ଓ ଜୟପାଟଣା ଅଂଚଳରେ ଡେଙ୍ଗୁର ପ୍ରଭାବ ବୃଦ୍ଧି ପାଉଥିବା ବେଳେ କଲମପୁର ଅଂଚଳର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସତେ ଯେମିତି ଏହି ଡେଙ୍ଗୁ ମେଲେଲିଆ ରୋଗକୁ ଆମନ୍ତ୍ରଣ କରୁଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ତଥା କଲମପୁର ବସ୍ତିରୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ କୁଢ କୁଢ ମଇଳା ଜମି ରହିଥିବାରୁ ମଶା ଓ ମାଛିଙ୍କ ବଂଶବୃଦ୍ଧି ଘଟୁଛି। ଏହାର ପ୍ରଭାବରେ ଏହି ଅଂଚଳରେ ଡେଙ୍ଗୁ ମେଲେରିଆ ଜ୍ୱର ବ୍ୟାପିବାର ଆଶଙ୍କା ରହିଛି। ଏହାର ପ୍ରତିଷେଧକ ବ୍ୟବସ୍ତା ସହିତ ତୁରନ୍ତ ଜମି ରହିଥିବା ପାଣିକୁ ନଷ୍କାସିତ କରିବା ସହିତ ଜମି ରହିଥିବା ମଇଳାକୁ ଅନ୍ୟତ୍ର ନେଇଁ ପୋତିବାର ବ୍ୟବସ୍ଥା କରାଯିବା ପାଇଁ ସାଧାରଣରେ ଦାବୀ ହୋଇଛି । ଏହାସହ ପୂର୍ତ ବିଭାଗ ଦ୍ୱାରା ନିର୍ମିତ ନାଳିର ମରାମତି ଓ ସଫେଇ ଉପରେ ଗୁରୁତ୍ୱ ଦେବା ପାଇଁ ଦାବୀ ହେଉଛି। ଏନେଇ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା  ତୁରନ୍ତ ପଂଚାୟତ ମାଧ୍ୟମରେ ଏହାର ସମାଧାନର ବ୍ୟବସ୍ଥା କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories