www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରେଣୀ ଗୃହ ଛାତରୁ ଗଳୁଛି ପାଣି ଛାତ୍ରଛାତ୍ରୀ ହନ୍ତସନ୍ତ

କଲମପୁର : ବିଦ୍ୟାଳୟ  ଛାତରୁ ବର୍ଷା ହେଲେ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟାଳୟ ହେବାର ଦୀର୍ଘ ୫୦ ବର୍ଷ ବିତି ସାରିଛି। କିନ୍ତୁ ଏହି ପୁରୁଣା ବିଦ୍ୟାଳୟର ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ଥ ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡିଛି । ଅଳ୍ପ ବର୍ଷା ହେଲେ ମଧ୍ୟ ବର୍ଷା ପାଣି ସବୁ ଛାତ ମଧ୍ୟରେ ଗଳି ଝରୁଛି। ଯାହା ଫଳରେ ଛାତ୍ର ଛାତ୍ରୀଙ୍କ ପାଠ୍ୟ ପୂସ୍ତକ ସମେତ ଅନ୍ୟ ଉପକରଣ ଓ ପୋଷାକ ଓଦା ହୋଇ ଯାଉଛି। ତେଣୁ  ବାଧ୍ୟ ହୋଇ ବହୁ ଛାତ୍ର ଛାତ୍ରୀ ବର୍ଷା ହେଲେ ବିଦ୍ୟାଳୟ ଆସିବାରେ ଅମଙ୍ଗ ହେଉଛନ୍ତି। ଅନ୍ୟପଟେ ଲଗାଣ ବର୍ଷା କାରଣରୁ ଶ୍ରେଣୀ ଗୃହରେ ପାଣି ଝରୁଥିବାରୁ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ଉପସ୍ଥାପନ ପରେ ବିଦ୍ୟାଳୟ ପାଠ ପଢା ବାତିଲ କରି ଦେଉଥିବାରୁ ଛାତ୍ର ଛାତ୍ରୀ ଙ୍କ ପାଇଁ ଅଘୋଷିତ ଛୁଟି ସୃଷ୍ଟି ହେଉଛି। ଯାହାକୁ ଗ୍ରୀଷ୍ମ ଅବକାଶ ପରେ ପରେ ବର୍ଷା କାଳୀନ ଛୁଟି ବୋଲି ସାଧାରଣରେ ଆଲୋଚନା ହେଉଛି। ୨୦୧୨ ମସିହାରୁ ଏନେଇ ବାରମ୍ବାର ଶିକ୍ଷା ବିଭାଗ ଓ ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ପ୍ରଭାବିତ ହେଉଛି। ବର୍ଷା ଲାଗି ରହିଥିବା ସତ୍ୱେ ଆମେ ଦୂର ଦୂରାନ୍ତରୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଥିଲେ ମଧ୍ୟ ବିଦ୍ୟାଳୟ ଶ୍ରେଣୀ କୋଠରୀରେ ସର୍ବଦା ପାଣି ଝରି ସନ୍ତସନ୍ତିଆ ହେବା ସହ ପାଣି ଉପରୁ ଝରି ମୁଣ୍ଡ ଉପରେ ଓ ବହି ଖାତା ଉପରେ ପଢୁଥିବାରୁ ବିରକ୍ତିକର ଲାଗୁଛି। କିନ୍ତୁ ଆମେ ପାଠ ପଢିବା ପାଇଁ ଇଛା ପ୍ରକାଶ କରୁଥିଲେ ମଧ୍ୟ ଓଦା ହେବା ପରେ ବାଧ୍ୟ ହୋଇ ଘରକୁ ଫେରିଯାଉଛୁ ଓ ଆମେ ବାଧ୍ୟ ହେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଛୁଟି କରିବାକୁ ଅନୁରୋଧ କରୁଛୁ ବୋଲି ଦଶମ ଶ୍ରେଣୀ ଛାତ୍ର ଅଭିଷେକ ସାହୁ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଏହି ଅବସ୍ଥା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକୀୟ ସମାଧାନ କରିବା ପାଇଁ ଦାବୀ କରିଛନ୍ତି ଗୌତମ ନିଶିଥ ରଞ୍ଜନ ମିଶ୍ର। ଚଳିତ ବର୍ଷ ଦଶମ ଶ୍ରେଣୀ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାର ଅଛି। କିନ୍ତୁ ବର୍ଷା କାରଣରୁ ଛାତରୁ ପାଣି ଝରି ବିଦ୍ୟାଳୟ ପାଠ ପଢା ବାତିଲ କରାଯିବାରୁ ଆମର ପରୀକ୍ଷା ଫଳ ପ୍ରଭାବିତ ହେବାର ଆମେ ଆଶଙ୍କା କରୁଛୁ ବୋଲି ଦଶମ ଶ୍ରେଣୀ ଛାତ୍ରୀ ମାଳତୀ ମାଝୀ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଏଭଳି ସମସ୍ୟା କାରଣରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ସମୟ ମୁତାବକ ନିଜ ନିଜ ବିଷୟ ଶେଷ କରିବାରେ ଅସମର୍ଥ ହେବେ ବୋଲି ଚିନ୍ତା ପ୍ରକଟ କରିଛନ୍ତି। କେବଳ ଦଶମ ଶ୍ରେଣୀ ନୁହେଁ ଏହି ବିଦ୍ୟାଳୟରେ ପଢୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ଓ ସେମାନଙ୍କ ଅବିଭାବକ ମଧ୍ୟରେ ନିଜ ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଛି। ଏହାସହ ଶ୍ରେଣୀ କୋଠରୀର ଛାତ ଓ ବିମ ସବୁ ଦୁର୍ବଳ ହୋଇପଡିଛି। କେତେବେଳେ ଏହା ଖସି କୌଣସି ଏକ ବଡ ଦୁର୍ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହୋଇଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସହିତ ଯୋଗାଯୋଗ କରାଯାଇଥିଲା ବିଦ୍ୟାଳୟ ଶ୍ରେଣୀ ଗୃହର ବିପର୍ଯ୍ୟସ୍ତ ଅବସ୍ଥା ନେଇ ସେ ଅବଗତ ଥିବା ସୂଚନା ଦେବା ସହ ତୁରନ୍ତ କିଛି ଶ୍ରେଣୀ ଗୃହ ନିର୍ମାଣର ବ୍ୟବସ୍ତା କରିବେ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories