www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରାଡ୍‌ମ୍ୟାନଙ୍କୁ ଗୁଗୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ମେଲବୋର୍ଣ୍ଣ : ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପକ୍ଷରୁ ସୋମବାର ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାର ଡନ୍‍ ବ୍ରାଡମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୋମବାର ବ୍ରାଡମ୍ୟାନଙ୍କର ୧୧୦ତମ ଜୟନ୍ତୀ ଉପଲକ୍ଷେ ଗୁଗୁଲ ତାହାର ହୋମପେଜ୍‍ରେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗୁଗୁଲ ପକ୍ଷରୁ ଏଭଳି ବ୍ୟବସ୍ଥା (ଗୁଗୁଲ ଡୁଡୁଲ) କରାଯାଇଥାଏ। ୧୯୦୮ ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିବା ବ୍ରାଡମ୍ୟାନ ୨୦ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ। ୧୯୪୮ରେ ଅବସର ଗ୍ରହଣ କରିବା ପୂର୍ବରୁ ସେ ୫୨ଟି ଟେଷ୍ଟ ଖେଳି ୯୯.୯୪ ହାରରେ ୬୯୯୬ ରନ ସ୍କୋର କରିଥିଲେ। ଶେଷ ଇନିଂସରେ ଶୂନ୍ୟରେ ଆଉଟ ହେବାରୁ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର ତିନି ଅଙ୍କ ଛୁଇଁ ପାରିନଥିଲା। ଆଜି ପର୍ଯ୍ୟନ୍ତ ବ୍ରାଡମ୍ୟାନଙ୍କର ଏହି ରେକର୍ଡ ଅତୁଟ ରହିଛି। ୨୦୦୯ରେ ବ୍ରାଡମ୍ୟାନଙ୍କୁ ଆଇସିସି ହଲ୍‍ ଅଫ୍‍ ଫେମ୍‍ରେ ସାମିଲ କରାଯାଇଥିଲା। ନିମୋନିଆରେ ଆକ୍ରାନ୍ତ ହୋଇ ବ୍ରାଡମ୍ୟାନ ୨୦୦୦ ଡିସେମ୍ବରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories