www.samajalive.in
Wednesday, December 10, 2025
15.1 C
Bhubaneswar

କାରଗାର ରକ୍ଷୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଖସି ପଳାଇଲେ ୭ ବିଚାରାଧୀନ ବନ୍ଦୀ

ଇଟାନଗର: କାରାଗାର ରକ୍ଷୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଅରୁଣାଚଳ ପ୍ରଦେଶର ଏକ କାରଗାରରୁ ୭ ଜଶ ବିଚାରାଧୀନ ବନ୍ଦୀ ଖସି ପଳାଇଛନ୍ତି। ସେମାନଙ୍କୁ ଖୋଜିବାକୁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ତଲାସି ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଧରାପଡିନଥିବା ଜଣାଯାଇଛି।
ଏହି ଘଟଣା ରବିବାର ସଂଧ୍ୟାରେ ଘଟିଛି। ଜଣାଯାଇଛି ଯେ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗଠାରେ ଥିବା ପାସିଘାଟ କାରାଗାରରେ ରବିବାର ସଂଧ୍ୟାରେ ବନ୍ଦୀମାନଙ୍କୁ ରାତ୍ର ଭୋଜନ ଦିଆଯାଉଥିଲା। ତେବେ ରାତ୍ର ଭୋଜନ ଖାଇବାକୁ ବସିଥିବା ବନ୍ଦୀଙ୍କ ମଧ୍ୟରୁ ସାତଜଣ ନିଜ ପାଖରେ ରଖିଥିବା ଲଙ୍କାଗୁଣ୍ଡ ଓ ଲୁଣ କାରାଗାର ରକ୍ଷୀଙ୍କ ଆଖିକୁ ଫିଙ୍ଗିଥିଲେ। ସେମାନେ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ଏହି ବନ୍ଦୀମାନେ ଖସି ପଳାଇ ଯାଇଥିଲେ। ରାଜ୍ୟ ପୁଲିସର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ମହାନିରୀକ୍ଷକ ଚୁଖୁ ଆପା କହିଛନ୍ତି ଯେ, ଲଙ୍କାଗୁଣ୍ଡ ଏବଂ ଲୁଣ ଫିଙ୍ଗାଯିବା ଘଟଣାରେ ୫ ଜଣ କାରାଗାର ରକ୍ଷୀଙ୍କ ଆଖିକୁ କ୍ଷତି ପହଞ୍ଚିଛି। ଏପରିକି ବନ୍ଦୀମାନଙ୍କ ଆକ୍ରମଣରେ ଜଣେ ରକ୍ଷୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବନ୍ଦୀମାନେ ଖସି ପଳାଇବା ପୂର୍ବରୁ ରକ୍ଷୀମାନଙ୍କର ମୋବାଇଲ ଫୋନ ମଧ୍ୟ ନେଇ ଯାଇଥିବା ଜଣାଯାଇଛି। ସେମାନଙ୍କ ଧରିବାକୁ ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories