www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ସୀମାରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ସେନା ଅଧିକାରୀଙ୍କୁ ପଦୋନ୍ନତି ଦେଲା ଚୀନ

ବେଜିଂ: ଚୀନ ଓ ଭାରତ ମଧ୍ୟରେ ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ବିବାଦ ଲାଗି ରହିଥିବାବେଳେ ସୀମାନ୍ତରେ ମୁତୟନ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ଏକାଧିକ ସେନାଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ଚୀନ ରାଷ୍ଟ୍ରପତି । ସେମାନଙ୍କ ମନୋବଳ ଦୃଢ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।
ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗ ପିପୁଲ୍‍ସ ଲିବରେସନ ଆର୍ମିର ପଶ୍ଚିମ ଥିଏଟର କମାଣ୍ଡ ଦାୟିତ୍ୱରେ ଥିବା କମାଣ୍ଡର ୫୮ ବର୍ଷ ବୟସ୍କ ଜୁ କ୍ୱିଲିଙ୍ଗଙ୍କୁ ପଦୋନ୍ନତି ଦେଇଛନ୍ତି, ଯିଏ ଭାରତ ସୀମାରେ ମୁତୟନ ହୋଇଥିବା ତାଙ୍କ ଦେଶ ସୈନ୍ୟଙ୍କର ନେତୃତ୍ୱ ନେଉଛନ୍ତି । ତାଙ୍କୁ ଜେନେରାଲ ପାହ୍ୟାକୁ ପଦୋନ୍ନତି କିଆଯାଇଛି । ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଜି ଜିନପିଙ୍ଗ ଚାଇନା କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି)ର ଅଧ୍ୟକ୍ଷ ଅଛନ୍ତି ଏବଂ ସେ ସମୁଦାୟ ପିଏଲଏର ମୁଖ୍ୟ ଅଟନ୍ତି । ଚାଇନା ସୈନ୍ୟବାହିନୀରେ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ଜେନେରାଲ ହେଉଛି ସର୍ବୋଚ୍ଚ ପାହ୍ୟା । ଅନ୍ୟ ଯେଉଁ ସେନା ଅଧିକାରୀଙ୍କୁ ଜିନପିଙ୍ଗ ପଦୋନ୍ନତି ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ଉତ୍ତର ପୂର୍ବାଞ୍ଚଳରେ ମୁତୟନ ହୋଇଥିବା କମାଣ୍ଡର ୱାଙ୍ଗ ଜୁବିନ, କମାଣ୍ଡର ଲିଉ ଝେନଲି ଏବଂ କମାଣ୍ଡର ଜୁ କିଆନସେଙ୍ଗ ।
ଚାଇନାର ସରକାରୀ ଖବର ସରବରାହ ସଂସ୍ଥା ଜିନହୁଆ ସୂତ୍ରରୁ ଜଣାଯାଇଛି ଯେ ଜିନପିଙ୍ଗ ତାଙ୍କ ଦସ୍ତଖତରେ ଏହି ସେନାଧିକାରୀମାନଙ୍କୁ ପଦ୍ନୋତି ସଂପର୍କିତ ପତ୍ର ସୋମବାର ଦିନ ବେଜିଂଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରିଛନ୍ତି । ପୂର୍ବରୁ ଜୁ ଲେଫ୍ଟନାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଭାରତ ସୀମାନ୍ତରେ ଗତବର୍ଷ ଜୁନ୍‍ରେ ନିଯୁକ୍ତି ଦିଆଯାଇଥିଲା । ଜେନେରାଲ ପାହ୍ୟାକୁ ପଦୋନ୍ନତି ପାଇବାରେ ଜୁ ଚାଇନାର ସର୍ବକନିଷ୍ଠ ସେନା ଅଧିକାରୀ ବୋଲି ଜିନହୁଆ କହିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories