www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରିୟଙ୍କାଙ୍କ ନେତୃତ୍ବରେ ୟୁପିରେ ଏକାକୀ ଲଢିବ କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଅନ୍ୟ ସହିତ ମେଣ୍ଟ କରିବ ନାହିଁ ବୋଲି ଦଳର ରାଜ୍ୟ ମୁଖ୍ୟ ଅଜୟ କୁମାର ଲାଲୁ କହିଛନ୍ତି। ସେ କହିଛନ୍ତି ଯେ ଦଳ ଏକାକୀ ନିର୍ବାଚନ ଲଢିବାକୁ ବେଶ ସକ୍ଷମ। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ତତ୍ତ୍ବାବଧାନରେ ଦଳ ଏହି ନିର୍ବାଚନ ଲଢିବ ଓ ଦୀର୍ଘ ତିନି ଦଶନ୍ଧି ପରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଅଜୟ କୁମାର କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ଏହା ରାଜ୍ୟ ସରକାରକୁ ବଡ ଆହ୍ବାନର ସମ୍ମୁଖୀନ ହେବାକୁ ଦେଇଛି। ସମାଜବାଦୀ ପାର୍ଟିର ୪୯ ବିଧାୟକଙ୍କ ଠାରୁ କଂଗ୍ରେସର ୫ ବିଧାୟକ ଏବେ ଅଧିକ ପ୍ରଭାବଶାଳୀ ବିବେଚିତ ହୋଇଛନ୍ତି। ଅନ୍ୟପଟେ ବହୁଜନ ସମାଜ ପାର୍ଟି (ବିଏସପି) ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନରେ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ବିଜେପି ୩୦୦ରୁ ଅଧିକ ଆସନ ପାଇବ: ଯୋଗୀ

- Advertisement -

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ବୟାନବାଜି ଜୋର ଧରିଛି। ଏହି କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଆଗାମୀ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇ କ୍ଷମତା ବଜାୟ ରଖିବ। ରାଜ୍ୟର ୭୫ଟି ଜିଲା ପରିଷଦ ଅଧ୍ୟକ୍ଷ ପଦରୁ ବିଜେପି ୬୭ଟି ପଦ ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ରାଜନୀତି ଯୋଗୁଁ ଉତ୍ତରପ୍ରଦେଶ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି।’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories