www.samajalive.in
Sunday, December 14, 2025
16.1 C
Bhubaneswar

ନ୍ୟୁୟର୍କ ଟାଇମ୍ସର ଚାକିରି ପାଇଁ ବିଜ୍ଞାପନ : ‘ମୋଦୀ ଓ ହିନ୍ଦୁ ବିରୋଧରେ ଦକ୍ଷତା ଥିଲେ ଆବେଦନ କରନ୍ତୁ’

ନୂଆଦିଲ୍ଲୀ : ‘ନ୍ୟୁୟର୍କ ଟାଇମ୍ସ’ ଭଳି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଖବରକାଗଜରେ ଚାକିରି ପାଇଁ ଆଶାୟୀ ନବାଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ ବିଜ୍ଞାପନ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଉକ୍ତ ଖବର କାଗଜର ଦିଲ୍ଲୀ ସମ୍ବାଦଦାତା ଲାଗି କେନ୍ଦ୍ରରେ ମୋଦୀ ସରକାର ଓ ହିନ୍ଦୁ ଧର୍ମ ବିରୋଧରେ ଲେଖିପାରିବାର ଦକ୍ଷତା ରଖିଥିବାକୁ ପ୍ରାଥମିକତା ଦିଆଯିବ ବୋଲି ଉଲ୍ଲେଖ ରହିଛି। ଏଭଳି ଦକ୍ଷତା ଥିଲେ ଆବେଦନ କରିବାକୁ ଅନୁରୋଧ କରିଛି ନ୍ୟୁୟର୍କ ଟାଇମ୍ସ। ସାମାଜିକ ଗଣମାଧ୍ୟମରେ ନ୍ୟୁୟର୍କ ଟାଇମ୍ସର ଏହି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୁରୁବାର ନ୍ୟୁୟର୍କ ଟାଇମ୍ସ ତା’ର ନିଜ ୱେବ୍‌ସାଇଟ୍ ଏବଂ ଲିଙ୍କ୍‌ଡ ଇନ୍‌ରେ ଦିଲ୍ଲୀରେ ନିଯୁକ୍ତି ନାଁରେ ଏକ ବିଜ୍ଞପ୍ତି ବାହାରିଛି। ଜଣେ ନବାଗତ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବେ‌ ବୋଲି ଏଥିରେ ଉଲ୍ଲେଖ ରହିଛି; ହେଲେ ଦକ୍ଷତାର ମାପକାଠି ଏଥିପାଇଁ ହିନ୍ଦୁ ଏବଂ ମୋଦୀ ବିରୋଧୀ ମାନସିକତା ରଖାଯାଇଛି। ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି ଯେ ଆବେଦନକାରୀ ନୂଆଦିଲ୍ଲୀରେ ଚାକିରି କରିବେ। ସେ ମୋଦୀ ଓ ହିନ୍ଦୁ ବିରୋଧୀ ଖବର ତିଆରି କରିପାରିବା ଦରକାର। ଯେମିତିକି ହିନ୍ଦୁ ଧର୍ମ ଏବଂ ମୋଦୀଙ୍କ ଉପରେ ଅନେକ ପ୍ରଶ୍ନ ଉଠିପାରିବ ବୋଲି ସଂପୃକ୍ତ ଆମେରିକୀୟ ଗଣମାଧ୍ୟମ ଉଲ୍ଲେଖ କରିଛି।
ଏଭଳି ଖବରକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କାଞ୍ଚନ ଗୁପ୍ତା ପ୍ରତିକ୍ରିୟା ରଖି ଟ୍ୱିଟ୍ କରିଛନ୍ତି। ନ୍ୟୁୟର୍କ ଟାଇମ୍ସର ଏପରି ନିଯୁକ୍ତି ବିଜ୍ଞାପନକୁ ସେ କଡ଼ା ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ କୋଭିଡ ସଂକ୍ରମଣ ଏବଂ ମୃତ୍ୟୁକୁ ନେଇ ଏହି ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତ ବାବଦରେ ଅନେକ ଖବର ପ୍ରକାଶିତ କରିଥିଲା। ହେଲେ ସରକାର ଏହି ନ୍ୟୁୟର୍କ ଟାଇମ୍ସର କୋଭିଡ ସଂକ୍ରାନ୍ତୀୟ ରିପୋର୍ଟରେ କୌଣସି ସତ୍ୟତା ନ ଥିବା କହିଥିଲେ। ଏବେ ନିଯୁକ୍ତି ନାଁରେ ନ୍ୟୁୟର୍କ ଟାଇମ୍ସ ଯେଉଁ ଦକ୍ଷତାର ମାପକାଠି ପ୍ରକାଶ କରିଛି ତାହା ଉକ୍ତ ଖବର କାଗଜର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି।
ଗଣମାଧ୍ୟମ ସବୁବେଳେ ନିରପେକ୍ଷ ହୋଇ ମତ ରଖିବା ଦରକାର। ଲୋକଙ୍କ କଥାକୁ ପ୍ରକାଶ ଓ ପ୍ରସାରଣ କରିବା ଦରକରା; ହେଲେ ବିଦେଶୀ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ନିଯୁକ୍ତି ନାଁରେ ଯେଉଁ ଦକ୍ଷତାର ମାପକାଠି ରଖିଛି ତାହା ଏବେ ସେହି ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories