www.samajalive.in
Monday, December 15, 2025
14.1 C
Bhubaneswar

ଇସଲାମାବାଦ ଭାରତୀୟ ଉଚ୍ଚାୟୁକ୍ତଙ୍କ କୋଠା ଉପରେ ଡ୍ରୋନ୍‌, ଜବାବ ମାଗିଲା ଭାରତ

ଇସଲାମାବାଦ/ନୂଆଦିଲ୍ଲୀ: ଭାରତ ସରକାରଙ୍କୁ ଏବେ ଡ୍ରୋନ୍‌ ଆତଙ୍କ ଘାରିଛି। ରବିବାରଠାରୁ ଅଦ୍ୟାବଧି ପାକିସ୍ତାନ ପଟୁ କ୍ରମାଗତ ଭାବେ ଏକାଧିକ ଡ୍ରୋନ୍‌ ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିବାବେଳେ ଜୁନ୍‌ ୨୭ ରାତିରେ ଏକ ଡ୍ରୋନ୍‌ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ କୋଠା ଉପରେ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିବା ଜଣାପଡ଼ିଛି। ସେହି ଦିନ ଭୋର୍‌ (୨୬ତାରିଖ ବିଳମ୍ବିତ ରାତି)ରେ ଜାମ୍ମୁର ବାୟୁସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିବାରୁ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

ଏ ନେଇ ଭାରତ ସରକାର ଶୁକ୍ରବାର ପାକିସ୍ତାନ ସରକାରଙ୍କ ନିକଟରେ ପ୍ରତିବାଦ କରିଛନ୍ତି। ଏହା ଉଚ୍ଚାୟୁକ୍ତଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ତାଗିଦା କରାଯାଇଛି। ଏ ନେଇ ପାକିସ୍ତାନ ସରକାରଙ୍କଠାରୁ ଭାରତ ଜବାବ ତଲବ କରିଛି। ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ) ଯବାନ ଜାମ୍ମୁର ଅରନିଆ ସେକ୍ଟରସ୍ଥିତ ଆନ୍ତର୍ଜାତିକ ସୀମାରେ ଏକ ଡ୍ରୋନ୍ ଦେଖିବାକୁ ପାଇଥିଲେ। ସେମାନେ ଏହାକୁ ଲକ୍ଷ୍ୟକରି ଗୁଳି କରିବା ମାତ୍ରେ ଡ୍ରୋନ୍‌ ପାକିସ୍ତାନ ଭିତରକୁ ପଳାଇଥିଲା। ଯବାନମାନେ ପ୍ରାୟ ଅଧ ଡଜନ ରାଉଣ୍ଡ ଗୁଳି ଚଳାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories