www.samajalive.in
Tuesday, December 9, 2025
26.1 C
Bhubaneswar

ପୁଲୱାମାରେ ଗୁଳିବିନିମୟ ; ୪ ଆତଙ୍କବାଦୀ ସହ ସହଯୋଗକାରୀ ନିହତ; ଜଣେ ଯବାନ ଶହୀଦ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଗୁରୁବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଗୁଳିବିନିମୟରେ ୪ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଜଣେ ସହକାରୀ ମଧ୍ୟ ନିହତ ହୋଇଛି। ଏହାସହ ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି। ଉଭୟ ପକ୍ଷରୁ ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି। ମିଳିତ ଭାବେ ପୁଲିସ,ସିଆରପିଏଫ ଓ ସେନାଙ୍କ ୪୪-ଆରଆର ଏହି ଅପରେସନରେ ସାମିଲ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପୁଲୱାମାର ହାଜିନ ରାଜପୋରା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ବେଳେ ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଇ-ତୋଏବାର ୩ ଆତଙ୍କବାଦୀ ରହିଛନ୍ତି। ବତ୍ତର୍ମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ପୂର୍ବାହ୍ନ ସମୟରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଜଣେ ଯବାନ ସହିଦ ହୋଇଥିଲେ ବୋଲି ସୂଚନା ମିଳିଥିଲା।
ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ୪ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଜଣେ ସହକାରୀ ମଧ୍ୟ ନିହତ ହୋଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories