www.samajalive.in
Sunday, December 14, 2025
17.1 C
Bhubaneswar

୧୧ ବର୍ଷରେ ୧୧ ଥର ଲୁଟ, ଆଜି ଲୁଟିଲେ ଏକ ଲକ୍ଷ ୨୦ ହଜାର ଟଙ୍କା

କଣ୍ଟାମାଳ: ଆଜି ଅପରାହ୍ନରେ କଣ୍ଟାମାଳ-ନାରୟଣପ୍ରସାଦ ରାସ୍ତାର ତିଲକାମାଲ ଛକଠାରେ ୬ ଜଣ ଲୁଟେରା ସଂଘବଦ୍ଧ ଆକ୍ରମଣ କରି ଭାରତ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି। କମ୍ପାନୀ କାର୍ଯ୍ୟାଳୟ ଠାରୁ ମିଳିଥିବା ସୂଚନା ପ୍ରକାରେ ଫାଇନାନ୍ସର କର୍ମଚାରୀ ଅଜିତ କାଣ୍ଡ ବରଗାଁ ପଞ୍ଚାୟତର ଅଲିକୁଦ, ସୁର୍କାପଙ୍ଗା, କଣିସେମେଲ, ଲେନ୍ଦ୍ରୀମାଲ ଗ୍ରାମରୁ ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟ କରି କଣ୍ଟାମାଳ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଏହି ଲୁଟ ଘଟିଥିବା ପ୍ରକାଶ। ସେହିପରି ଲୁଟର ଶୀକାର ହୋଇଥିବା କର୍ମଚାରୀଙ୍କ କହିବା ପ୍ରକାରେ ସେ ତାଙ୍କ ବାଇକରେ ଫେରୁଥିବା ବେଳେ ଦୁଇଟି ବାଇକରେ ୬ ଜଣ ଆସି ଏକ ମେଢାରେ ତାଙ୍କୁ ଆକ୍ରମଣ କରି ଡିକିରେ ଥିବା ଟଙ୍କା, ବାଇକ ଓ ମନିପର୍ସ ଲୁଟି ଘଟଣାସ୍ଥଳରୁ ଫେରାର ମାରିଥିଲେ। ଘଟଣା ସଂପର୍କରେ କଣ୍ଟାମାଳ ଥାନାରେ କଂପାନୀ କର୍ମଚାରୀ ଜଣକ ଏତଲା ଦେଇଥିବା ଜଣାଯାଇଛି।

ମିଳିଥିବା ସୂଚନା ପ୍ରକାରେ କେବଳ ଭାରତ ଫାଇନାନ୍ସର କଣ୍ଟାମାଳ କାର୍ଯ୍ୟାଳୟର ଗତ ୧୧ ବର୍ଷ ମଧ୍ୟରେ ୧୧ ଥର ଲୁଟର ଶୀକାର ହୋଇଥିବା ବେଳେ ୨୦୧୦ ମସିହାରୁ ୨୦୨୧ ସୁଦ୍ଧା ମୋଟ ୮ ଲକ୍ଷ ୨୬ ଟଙ୍କା ଲୁଟ ହୋଇଥିବା ଜଣାଯାଇଛି। ଏଭଳି ବାରମ୍ବାର ଲୁଟକୁ ନେଇ ପୋଲିସ ମଧ୍ୟ ସନ୍ଦେହ ପ୍ରକାଶ କରିବା ସହ ଷ୍ଟାଫଙ୍କ ମୋବାଇଲ ଯାଞ୍ଚ କରି ପଦକ୍ଷେପ ର୍ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ହେଁ ଫାଇନାନ୍ସ କମ୍ପାନୀକୁ ଟଙ୍କା ଦେଣ ନେଣ ସମୟରେ ପୋଲିସକୁ ସୂଚନା ଦେଇ ଯିବାକୁ କୁହାଯାଉଥିଲେ ହେଁ ସେମାନେ ପୋଲିସ କଥାକୁ ଗୁରୁତ୍ୱ ଦେଉନଥିବା ନେଇ କଣ୍ଟାମାଳ ଆଇଆଇସି ଅଶ୍ୱିନୀକୁମାର ଭିତିରିଆ କହିଛନ୍ତି। ଏଭଳି ବାରମ୍ବାର ଲୁଟ ଘଟଣା ସଂପର୍କରେ ଆବଶ୍ୟକ ତଦନ୍ତର ମଧ୍ୟ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories