www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବନ୍ଧ ସାରି ଫେରିବା ବେଳେ ଓଲଟିଲା ପିକଅପ ଭ୍ୟାନ, ୧୦ରୁ ଉର୍ଦ୍ଧ୍ବ ଗୁରୁତର

ଭବାନୀପାଟଣା: ୩୦ ତାରିଖ ବୁଧବାର ସକାଳ ୯ଟାରୁ କେସିଙ୍ଗା ବ୍ଲକ ଚାଞ୍ଚେର ଗ୍ରାମର ଲଖନା ମାଝିଙ୍କ ପୁଅ ପାଇଁ ଭବାନୀପାଟଣା ବ୍ଳକର କର୍ଲାପାଟ ନିକଟ ଟିକ୍ରାପଡା ଗ୍ରାମକୁ ଦୁଇଟି ପିକଅପ ଭ୍ୟାନରେ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ନିର୍ବନ୍ଧ ପାଇଁ ଯାଇଥିଲେ। ନିର୍ବନ୍ଧ ସାରି ଅପରାହ୍ନ ୪ଟା ସମୟରେ ଫେରିବା ସମୟରେ ପୁରୁଣାଗୁମା ନିକଟରେ ସେହି ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

- Advertisement -

ଓଲଟି ପଡିବା ଫଳରେ ପିକଅପରେ ବସିଥିବା ୨୦ରୁ ଅଧିକ ଲୋକ ପିକଅପ ଭ୍ୟାନ ତଳେ ଚାପି ହୋଇଯାଇଥିଲେ। ପାଖ ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଗୁରୁତର ଆହତମାନଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଫେରାର ଥିବା ଜଣାପଡିଛି। ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories