www.samajalive.in
Tuesday, December 9, 2025
23.1 C
Bhubaneswar

ଦିନକରେ ୨୬୪୦ କୋଭିଡ ପଜିଟିଭ ଚିହ୍ନଟ; ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୯୭, ବରଗଡ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧, ବଉଦ ୧୯, କଟକ ୨୬୬, ଢେଙ୍କାନାଳ ୬୭, ଗଜପତି ୧୮, ଗଞ୍ଜାମରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁର ଜିଲାରୁ ୧୩୨, ଯାଜପୁର ୧୬୨, ଝାରସୁଗୁଡା ୮, କଳାହାଣ୍ଡି ୨୦, କନ୍ଧମାଳ ୧୫, କେନ୍ଦ୍ରାପଡା ୫୫, କେନ୍ଦୁଝର ୭୦, ଖୋର୍ଦ୍ଧାରୁ ୩୬୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ କୋରାପୁଟ ଜିଲାରୁ ୬୧, ମାଲକାନଗିରି ୬୪, ମୟୁରଭଞ୍ଜ ୧୫୫, ନବରଙ୍ଗପୁର ୨୦, ନୟାଗଡ ୯୨, ନୂଆପଡା ୮, ପୁରୀ ୧୭୮, ରାୟଗଡା ୪୯, ସମ୍ବଲପୁର ୨୩, ସୋନପୁର ୨୫, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ୮୭୦୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ସଂପ୍ରତି ୩୧୬୧୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories