www.samajalive.in
Sunday, December 14, 2025
19.1 C
Bhubaneswar

୧୦୬ କୋଟିର ଜାଲ୍ ଜିଏସ୍‌ଟି ଠକେଇ

ଭୁବନେଶ୍ୱର : ଓଡ଼ିଶାରେ ଜାଲ ରସିଦ(ବିଲ୍‌) ଜରିଆରେ ଶହ ଶହ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଠକେଇ କରୁଥିବା ଘଟଣାରେ ଓଡିଶା ରାଜ୍ୟ ଜିଏସଟି ପ୍ରବର୍ତ୍ତନ ଶାଖା ଅଭିଯାନ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଚଢଉ ପରେ ସୋମବାର ଏହି ଶାଖା ୧୦୬ କୋଟି ଟଙ୍କାର ଏକ ଜାଲ୍ ବିଲ ଠକେଇକୁ ଧରିଛନ୍ତି। ଏହି ବିଲ ବଳରେ ୧୯.୦୪ କୋଟି ଟଙ୍କାର ଜାଲ୍ ରସିଦ ଜରିଆରେ ବିକ୍ରି ଉପରେ ମିଳୁଥିବା ଟିକସ ସୁବିଧା(ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ ବା ଆଇଟିସି) ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡିଛି। ଏହି ଠକ ଦଳର ମୁଖ୍ୟ ଅଭିଯୁକ୍ତ ସ୍ମୃତିରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି।
ଜିଏସଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ସାହୁ ଓ ତାଙ୍କ ସହଯୋଗୀମାନେ ୧୪ଟି ନକଲି ବ୍ୟବସାୟିକ ପ୍ରତିଷ୍ଠାନ ଜରିଆରେ ୧୦୬ କୋଟି ଟଙ୍କାର ଜାଲ୍ କ୍ରୟ ବିକ୍ରୟ ବିଲ ମାଧ୍ୟମରେ କୋଟି କୋଟି ଟଙ୍କାର ଆଇଟିସି ହାତେଇଛନ୍ତି। େସହିପରି ପ୍ରାୟ ସମାନ ପରିମାଣର ଆଇଟିସି ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି କରିଛନ୍ତି। ଶ୍ରୀ ସାହୁ ନିଜ ବ୍ୟବସାୟ ସ୍ଥଳ ସମ୍ପର୍କରେ ଭୁଲ ସୂଚନା ଦେବା ସହ ଘରଭଡା ରାଜିନାମାକୁ ମଧ୍ୟ ଜାଲିଆତି କରିଛନ୍ତି। ତାଙ୍କର ପ୍ରତିଷ୍ଠାନ (ଏସ.ଆର ଏଣ୍ଟରପ୍ରାଇଜର୍ସ) ପ୍ରକୃତ ପକ୍ଷେ କୌଣସି ବ୍ୟବସାୟ କରୁନାହିଁ। କେବଳ କାଗଜ କଲମରେ କାରବାର ଦର୍ଶାଯାଇଥିଲା। ଦେଣନେଣକୁ ନିୟମିତ କରିବା ଉଦ୍ଦେଶ୍ୟରେ ଶ୍ରୀ ସାହୁ ନିଜର କିଣାବିକାକୁ ବ୍ୟାଙ୍କ ଖାତା ମାଧ୍ୟମରେ ଦର୍ଶାଇଛନ୍ତି। ବ୍ୟାଙ୍କ ଖାତା ଯାଞ୍ଚ କରିବା ପରେ ଜଣାପଡିଛି ଯେ ଶ୍ରୀ ସାହୁ ନିଜର ନକଲି ବିକ୍ରି ଅର୍ଥରାଶିକୁ ବ୍ୟାଙ୍କ ଖାତାରେ ଦର୍ଶାଇଥିବା ବେଳେ କ୍ରୟ ପରିମାଣକୁ କମ୍‌ ଦର୍ଶାଇଛନ୍ତି। ପୁନଶ୍ଚ ଟନ୍‌ ଟନ୍‌ ମାଲ ଦୁଇ ଚକିଆ, ତିନି ଚକିଆ ଯାନ ଏବଂ କାର ମାଧ୍ୟମରେ ପରିବହନ ହୋଇଥିବା ଦର୍ଶାଯାଇଛି।
ଉପରୋକ୍ତ ୧୪ ଗୋଟି ନକଲି ଫାର୍ମ ଦ୍ବାରା କରା ଯାଇଥିବା ଠକାମି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରାଜ୍ୟ ଜିଏସଟି ପ୍ରବର୍ତ୍ତନ ଶାଖା ଏହାର ତଥ୍ୟ ବିଶ୍ଳେଷଣ ଓ ଗୁଇନ୍ଦା ସୂତ୍ରକୁ ଆଧାର କରି ୨୦୨୦ ନଭେମ୍ବର ଓ ଡିସେମ୍ବରରେ ରାଜ୍ୟବ୍ୟାପୀ ଚଢଉ କରିଥିଲା। ଏହି ସଂସ୍ଥା ଗୁଡିକ ଅନୁଗୋଳ, ଯାଜପୁର, ରାଉରକେଲା, ଜଗତସିଂହପୁର, ଭୁବନେଶ୍ବର ଓ ପାରାଦ୍ବୀପ ଆଦି ସ୍ଥାନର ବେକାର ଯୁବକ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ପରିଚୟ ପତ୍ର ହାସଲ କରି ସେମାନଙ୍କ ନାମରେ କରାଯାଇଥିବା ଜଣାପଡିଥିଲା।
ସୂଚନାେଯାଗ୍ୟ େଯ ଓଡିଶା ଜିଏସଟି ଆଇନ ଅନୁସାରେ ରାଜ୍ୟ ପ୍ରବର୍ତ୍ତନ ଶାଖା ବର୍ତ୍ତମାନ ସୁଦ୍ଧା ୧୮ଜଣ ଠକ ବ୍ୟବସାୟୀଙ୍କୁ ଜାଲ୍ କାରବାର ଏବଂ ଆଇଟିସି ଉପଲବ୍ଧ ଏବଂ ହସ୍ତାନ୍ତର କରିଥିବା ଅଭିଯୋଗରେ ଗିରଫ କରିଛି । ଏତଦବ୍ୟତୀତ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୯୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରାଯାଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories