www.samajalive.in
Friday, December 12, 2025
15.1 C
Bhubaneswar

ଆଇସକ୍ରିମ ବିକୁଥିବା ମହିଳା ଏବେ ଉପଆରକ୍ଷୀ ନିରୀକ୍ଷକ

ତିରୁଅନନ୍ତପୁରମ୍‌ : ମାତ୍ର ୨୧ ବର୍ଷ ହୋଇଥିବାବେଳେ ୮ ମାସର ଶିଶୁ ସହ ସ୍ବାମୀ ପରିତ୍ୟାଗ କଲେ। ଆଈ ପାଖରେ ଆଶ୍ରୟ ନେବା ସହ ବଞ୍ଚିବା ପାଇଁ ସଂଘର୍ଷ ସ୍ବରୂପ ସେ ମେଳାରେ ଆଇସ୍‌କ୍ରିମ୍‌ ସହ ବୁଲିବୁଲି ଶିକଞ୍ଜ ବିକିଲେ। ଦୀର୍ଘ ୧୦ ବର୍ଷ କାଳ ସେ ଜୀବନ ସହ ଯୁଝିଲେ; କିନ୍ତୁ ନିଜର ଲକ୍ଷ୍ୟପଥରୁ ଦୂରେଇ ଗଲେ ନାହିଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ମହିଳା ଏବେ ୩୧ବର୍ଷ ବୟସରେ କେରଳର ଉପଆରକ୍ଷୀ ନିରୀକ୍ଷକ (ପୁଲିସ ସବ୍‌ ଇନ୍ସପେକ୍ଟର) ଭାବେ ଯୋଗ ଦେଇଛନ୍ତି। ନିଜ ସଫଳତାର କାହାଣୀ ସେ ଫେସବୁକରେ ଉପସ୍ଥାପନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।
ଏହି ଦୃଢ଼ମନା ମହିଳା ହେଉଛନ୍ତି ତିରୁଅନନ୍ତପୁରମ ଅନ୍ତର୍ଗତ କାଞ୍ଜିରାମକୁଲମର ଏସ.ପି ଏନି। ପୁଲିସ ଚାକିରି ପାଇଁ ମନୋନୀତ ହେବା ସହ ତାଲିମ ପରେ ଶନିବାର ସେ ବରଖଲା ଥାନାରେ ଯୋଗ ଦେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ଏବେ ରାଜ୍ୟ ସାରା ଚର୍ଚ୍ଚା। ସ୍ବାମୀ ପରିତ୍ୟାଗ କରିବା ପରେ ପିତାମାତା ତାଙ୍କୁ ଘରେ ରଖିବାକୁ ମନା କରିଦେଇଥିଲେ। ଭଡ଼ା ଘର ପାଇଁ ସେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜୀବିକା ନିର୍ବାହ ପାଇଁ ସେ ଘର ଘର ବୁଲି ଲୋକଙ୍କ ବୀମା ମଧ୍ୟ କରୁଥିଲେ। ଯେ କୌଣସି ପ୍ରତିବନ୍ଧକକୁ ସେ ସାମ୍ନା କରିବାରେ ପଛାଇ ନ ଥିଲେ। ଏହି ସଫଳତା ପାଇଁ ତାଙ୍କୁ କନ୍ନଡ଼ ଚଳଚ୍ଚିତ୍ରର ବହୁ ପ୍ରମୁଖ ବ୍ୟକ୍ତି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ସେ ଅତୀତର କଥା ସ୍ମରଣ କରିଛନ୍ତି। ବାପା ଚାହିଁଥିଲେ ସେ ପୁଲିସ ଅଧିକାରୀ ହେବା ପାଇଁ; କିନ୍ତୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଅଧ୍ୟୟନ ସମୟରେ ସେ ପରିବାରର ଇଚ୍ଛା ବିରୋଧରେ ନିଜ ପସନ୍ଦର ପୁଅକୁ ବିବାହ କରିଥିଲେ; କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ନ ଥିଲା। ବିଚ୍ଛେଦ ପରେ ସେ ଆଈଙ୍କ ପାଖରେ ଥିଲାବେଳେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାରେ ସଫଳ ହୋଇଥିଲେ। ଏହି ସମୟରେ ସେ ନିଜ ମୁଣ୍ଡବାଳକୁ ପୁଅଙ୍କ ପରି କାଟିଥିଲେ। ହିତାକାଙ୍‌କ୍ଷୀଙ୍କ ପ୍ରୋତ୍ସାହନରେ ସେ ପୁଲିସ୍ ଚାକିରି ପାଇଁ ଆବେଦନ କଲେ। ସମ୍ପର୍କୀୟଙ୍କଠାରୁ କିଛି ଟଙ୍କା କରଜ ଆଣି ୨୦୧୬ରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତିନି ବର୍ଷ ପରେ ସେ ସବ୍-ଇନ୍ସପେକ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଦେଢ଼ ବର୍ଷର ତାଲିମ ପରେ ଏବେ ସେ ଚାକିରି ଜୀବନ ଆରମ୍ଭ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories