www.samajalive.in
Sunday, December 14, 2025
19.1 C
Bhubaneswar

କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

 

https://youtu.be/qCIaq6E46pk

- Advertisement -

କୋଏବା/ବ୍ରାସିଲିଆ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଓ ଚିଲି ପ୍ରଥମ ବିଜୟ ହାସଲ କରିଛନ୍ତି। ଶନିବାର ଗ୍ରୁପ୍‌ ‘ଏ’ର ୨ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ ଚିଲି ଓ ଆର୍ଜେଣ୍ଟିନା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଫରୱାର୍ଡ ବେନ୍ ବ୍ରେରିଟନ୍‌ଙ୍କ ଗୋଲ ବଳରେ ଚିଲି ୧-୦ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ମ୍ୟାଚକୁ ୧-୧ ଗୋଲ୍‌ରେ ଡ୍ର ରଖିଥିବା ଚିଲି ୨ୟ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିଲା।

https://youtu.be/qzwrNxn-GIc

ପ୍ରଥମାର୍ଦ୍ଧରେ ୧୦ ମିନିଟ୍‌ରେ ଚିଲି ପ୍ରଥମ ଗୋଲ୍‌ ଦେଇଥିଲା ଓ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବଲିଭିଆ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଚିଲି ୨ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଗ୍ରୁପ ଶୀର୍ଷରେ ରହିଥିବା ବେଳେ ବଲିଭିଆ ୨ଟି ମ୍ୟାଚରୁ ୨ଟି ପରାଜୟ ଭୋଗିଛି। ସେହିପରି ବ୍ରାସିଲିଆରେ ଖେଳା ଯାଇଥିବା ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଗ୍ବିଡୋ ରଡ୍ରିଗ୍ବେଜ୍‌ଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ବିଜୟ ହାସଲ କରିଛି। ୧୩ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଗ୍ବିଡୋ ରଡ୍ରିଗ୍ବେଜ୍‌ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଆର୍ଜେଣ୍ଟିନା ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories