www.samajalive.in
Saturday, December 6, 2025
19.1 C
Bhubaneswar

ନଦୀ ଓ ହ୍ରଦ ଜଳରୁ ମିଳିଲା କରୋନା ଭୂତାଣୁ ନମୁନା; ବଢିଲା ଚିନ୍ତା

ଅହମଦାବାଦ: କୋଭିଡ-୧୯ର ତୃତୀୟ ଲହର ଆସିବା ନିଶ୍ଚିତ ଏବଂ ଏହା ସମ୍ଭବତଃ ସେପ୍ଟେମ୍ବର- ଅକ୍ଟୋବରରେ ପୁଣି ତାହାର ଭୟାନକ ରୂପ ଦେଖାଇବ ବୋଲି ଏକାଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇସାରିଲେଣି। ପୂର୍ବରୁ କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ କେତେକ ସୂଚନା ମିଳିଥିଲା। ଏବେ ସେହି ଭୂତାଣୁ ନମୁନା ଜଳଭାଗରୁ ଠାବ କରାଯିବା ପରେ ତାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି। ଆଇଆଇଟି ଗାନ୍ଧୀନଗରର ଏକ ଗବେଷକଦଳ ପକ୍ଷରୁ ନିକଟରେ କରାଯାଇଥିବା ଅଧ୍ୟୟନ ସମୟରେ ଗୁଜରାଟର ସାବରମତୀ ନଦୀ ଏବଂ ଅହମଦାବାଦ ସହରରେ ଥିବା ଦୁଇଟି ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା ଠାବ କରାଯାଇଛି।
ଏହି ଅଧ୍ୟୟନ ପାଇଁ ୟୁନିସେଫ ପାଣ୍ଠି ଯୋଗାଇ ଦେଇଥିଲା। ତେବେ ଜଳରୁ ମିଳିଥିବା କରୋନା ଭୂତାଣୁ ଜିନ୍‍ ମୃତ କି ଜୀବିତ ତାହା ଗବେଷକ ଦଳ କହିନାହାନ୍ତି। ଗବେଷକ ଦଳର ନେତୃତ୍ୱ ନେଉଥିବା ପ୍ରଫେସର ମନିଶ କୁମାର କହିଛନ୍ତି, ଯେ ଭବିଷ୍ୟତରେ ବଡଧରଣର ବିପର୍ଯ୍ୟୟକୁ ଏଡାଇବା ପାଇଁ ଏହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଏହାପରେ ଅହମଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ଉକ୍ତ ନଦୀ ଓ ଦୁଇ ହ୍ରଦର ଜଳ ନମୁନା ଅଧିକ ପରୀକ୍ଷା ପାଇଁ ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟରକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସାବରମତୀ ନଦୀ ସହିତ ଅନ୍ୟ ଯେଉଁ ଦୁଇ ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା ଠାବ କରାଯାଇଛି, ସେହି ଦୁଇ ହ୍ରଦ ହେଉଛି ଅହମଦାବାଦର ଚାଣ୍ଡୋଲା ଏବଂ କଙ୍କରିଆ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories