www.samajalive.in
Saturday, December 6, 2025
26.1 C
Bhubaneswar

୨୮ ଘଣ୍ଟାରେ ୧୦ ମହଲା ଘର ତିଆରି

ବେଜିଂ: ବର୍ତ୍ତମାନ ସମୟରେ ପ୍ରଯୁକ୍ତିର ଉନ୍ନତି ସାଧନ ସହିତ ବିଭିନ୍ନ ଜିନିଷ ତିଆରି କରିବାର ନୂଆ ନୂଆ କୋ÷ଶଳ ଉଦ୍ଭାବିତ ହେବାରେ ଲାଗିଛି। ଆଗରୁ ଯାହା କରିବାକୁ ବର୍ଷ ବର୍ଷ ଲାଗିଯାଉଥିଲା ଏବେ ତାହା କେଇ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇପାରୁଛି। ଏପରିକି କଂକ୍ରିଟରେ ନିର୍ମିତ ଘରକୁ ମଧ୍ୟ ଆବଶ୍ୟକତା ମୁତାବକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରୁଛି ଏବଂ ଘର ପ୍ରତି ତିଳେହେଲେ ଆଞ୍ଚ ଆସୁନାହିଁ। ଏବେ ସେହିଭଳି ଆଉ ଏକ ଘଟଣା ଘଟିଛି।

ଆମେ ଜାଣିଛେ ଖଣ୍ଡେ ଘର ତିଆରି କରିବାକୁ ଆମକୁ ମାସ ମାସ ଲାଗିଯାଏ। ଘରର ମୂଳ ନିର୍ମାଣ ସରିବା ପରେ ତାହାକୁ ବାସୋପଯୋଗୀ କରିବାକୁ ମଧ୍ୟ ଅନେକ ସମୟ ଲାଗେ, ଅନେକ ଲୋକଙ୍କ ସହାୟତା ନେବାକୁ ହୋଇଥାଏ। କିନ୍ତୁ ଚୀନର ଇଂଜିନିୟର ଏବଂ ବୈଷୟିକବିତ୍‍ ଏମିତି କରି ଦେଖାଇଛନ୍ତି, ଯାହା ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ସେମାନେ ୨୮ ଘଣ୍ଟା ୪୫ ମିନିଟରେ ଏକ ୧୦ ମହଲା ଘର ସଂପୂର୍ଣ୍ଣ ଭାବରେ ତିଆରି କରିପାରିଛନ୍ତି। ଅର୍ଥାତ୍‍ ଗୋଟିଏ ଦିନଠାରୁ ଆଉ କିଛି ଘଣ୍‍ା ଅଧିକ ସମୟ ଲାଗିଛି ଏହି ଘର ତିଆରି କରିବାରେ।

- Advertisement -

ନିର୍ମାଣକାରୀ କମ୍ପାନୀ ଏଥିପାଇଁ ପୂର୍ବରୁ ଫାବ୍ରିକେସନ କରାଯାଇଥିବା ନିର୍ମାଣ ସାମଗ୍ରୀ ବ୍ୟବହାର କରିଥିଲା। ସେଗୁଡିକୁ ଆଗୁଆ ଏକ କାରଖାନାରେ ତିଆରି କରାଯିବା ପରେ ଘର ତିଆରି କରାଯାଇଥିବା ସ୍ଥାନରେ ଆଣି ଯୋଡି ଦିଆଯାଇଥିଲା। ନିର୍ମାଣ ସରିବା ପରେ ବିଦ୍ୟୁତ, ପାଣି ସଂଯୋଗ ଆଦି ତୁରନ୍ତ କରାଯାଇଥିଲା। ଘରର ଭିତର ପାଶ୍ୱର୍ ସାଜସଜା ମଧ୍ୟ ଅତି ଉନ୍ନତ ଧରଣର ହୋଇଥିବା ଜାଣିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭବିଷ୍ୟତରେ ଯେତେବେଳେ ଆବଶ୍ୟକ ପଡିବ, ସେତେବେଳେ ଏହି ଘରକୁ ପୁଣି ପୃଥକ କରି ଅନ୍ୟ ସ୍ଥାନକୁ ନେଇଯାଇହେବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories