www.samajalive.in
Saturday, December 6, 2025
15.1 C
Bhubaneswar

ବମ ବରାଡ ବାଲୁଙ୍କେଶ୍ୱର ଓ ପାର୍ବତୀଙ୍କର ବିବାହ ଉତ୍ସବ: ଏଥର ଶୋଭାଯାତ୍ରା ବଦଳରେ କାରରେ ଆସିଲେ ସାକ୍ଷୀଗୋପିନାଥ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ବମ୍ ବମ୍ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ବିବାହ ପାଇଁ ରୀତିନୀତି ଓ ପ୍ରାକ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରମ୍ପରା ଅନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟରେ ଭଗବାନ ବିଷ୍ଣୁ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ବିବାହର ସାକ୍ଷୀ ମଧ୍ୟ ରହିଥିଲେ। ଏଣୁ ସମ୍ପୂର୍ଣ୍ଣ ଲୋକାଚାର ନୀତିରେ ଆୟୋଜିତ ହେଉଥିବା ଏହି ଦେବ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷିପଡା ସ୍ଥିତ ଭଗବାନ ବିଷ୍ଣୁଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥଙ୍କର ଆଗମନ ଉତ୍ସବ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏବେ କରୋନା ସଙ୍କଟ ଲାଗି ରହିଥିବାରୁ ସରକାରୀ ନିୟମାନୁଯାୟୀ ସନ୍ଧ୍ୟା ସମୟରେ ନିରାଡମ୍ବର ଭାବରେ ଶଙ୍ଖ ଧ୍ୱନି ମଧ୍ୟରେ ସାକ୍ଷୀଗୋପିନାଥଙ୍କର ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ପହଞ୍ଚିଛନ୍ତି। ଅପରାହ୍ଣ ସମୟରେ ଦେବ ବିବାହର ପୁଜକ ଶଶାଙ୍କ ଶେଖର ମିଶ୍ର ପରମ୍ପରା ଅନୁଯାୟୀ ଶଙ୍ଖ ଧ୍ୱନି ମଧ୍ୟରେ ନନ୍ଦପଡା ସ୍ଥିତ ମନ୍ଦିରରୁ ସୁଶ୍ରିତ ମିଶ୍ର, ପ୍ରିୟ ରଞ୍ଜନ ସାହୁ, ପ୍ରଭୁଦତ୍ତ ପଣ୍ଡା ଓ ରାଜୀବ ଲୋଚନ ମାଝୀ ଙ୍କ ସହିତ ସାକ୍ଷୀପଡା ଯାଇ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଭଗବାନଙ୍କୁ ପୂଜାର୍ଚ୍ଚନା ପରେ ବିବାହରେ ସାକ୍ଷୀ ହେବା ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ବିଧିପୁର୍ବକ ପୁଜାର୍ଚ୍ଚନା ପରେ ଅଞ୍ଚଳର ମହିଳା ମାନେ ହୁଳହୁଳି ଦେଇ ସାକ୍ଷୀଗୋପିନାଥଙ୍କୁ ବିଦା କରିଥିଲେ। ଚଳିତ ବର୍ଷ କରୋନା ସଙ୍କଟ ଓ ଲକ ଡାଉନ ନିୟମ ଯୋଗୁଁ ଦେବ ବିବାହ କାର୍ଯ୍ୟକ୍ରମ ଶୀତଳ ଷଷ୍ଠୀ କେବଳ ବିଧି ରକ୍ଷା ପର୍ଯ୍ୟନ୍ତ ସୀମିତ କରାଯାଇଛି।

 

- Advertisement -

ସବୁ ବର୍ଷ ଭବ୍ୟ ଶୋଭାଯାତ୍ରାରରେ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡା ସ୍ଥିତ ମନ୍ଦିରରୁ ବାହାରି ନନ୍ଦପଡା ସ୍ଥିତ ବମ ବରାଡ ବାଲୁଙ୍କେଶ୍ୱରଙ୍କ ନନ୍ଦପଡା ସ୍ଥିତ ମନ୍ଦିରକୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା ସଙ୍କଟ ଯୋଗୁଁ ନିରାଡମ୍ବର ଭାବରେ ଶଙ୍ଖ ଧ୍ୱନି ସହିତ କାରରେ ଆସି ପହଞ୍ଚିଥିଲେ। ବମ୍ ବମ୍ ବରାଡ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ବାଲୁଙ୍କେଶ୍ୱର ମନ୍ଦିର ରେ ଅବସ୍ଥାନ କରି ସମ୍ପୂର୍ଣ୍ଣ ବିବାହ ଉତ୍ସବର ସାକ୍ଷୀ ରହିବେ। ବିବାହ ଉତ୍ସବ ଶେଷ ହେବା ପରେ ସାକ୍ଷୀଗୋପିନାଥ ତାଙ୍କର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ପରମ୍ପରା ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନିତି କେବଳ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories