www.samajalive.in
Saturday, December 6, 2025
26.1 C
Bhubaneswar

୮୫ କିମି ରାସ୍ତା ବର୍ଷାରେ ଭିଜି ଭିଜି ଗଲେ ୩ ଜଣ ସ୍ୱେଚ୍ଛାସେବୀ, ଗୁରୁତର ରୋଗୀଙ୍କୁ କଲେ ରକ୍ତଦାନ

ଭବାନୀପାଟଣା, ୧୪ା୬(ନି.ପ୍ର): ଜଣେ ର୍ଦୁଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ବର୍ଷାରେ ଭିଜି ଭିଜି ୩ ଜଣ ସ୍ୱେଚ୍ଛାସେବୀ ୮୫ କିମି ବାଇକ୍‌ରେ ଯାଇ ରକ୍ତ ଦେବା ଘଟଣା ଜିଲାରେ ଆଲୋଚନାର ବିଷୟ ହୋଇଛି। କଳାହାଣ୍ଡି ଜିଲାର କେସିଙ୍ଗା ଅଞ୍ଚଳର ତ୍ରିଲୋଚନ ସାହୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା ଜିଲାର ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ୩ ୟୁନିଟ୍‌ ରକ୍ତ ଦେବା ଜରୁରି ବୋଲି ଡାକ୍ତର କହିବା ପରେ ଶ୍ରୀ ସାହୁଙ୍କ ପରିବାର ସଦସ୍ୟ ଏତେ ପରିମାଣର ରକ୍ତ ହଠାତ୍‌ କେଉଁଠୁ ପାଇବେ ଚିନ୍ତାରେ ପଡ଼ିଥିଲେ। ପରେ ସେମାନେ କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍‌ର ଭବାନୀପାଟଣା ଟିମ୍‌ ସଭାପତି ରାକେଶ ଗଉଡ଼ ଓ ବିଷମକଟକ ଏବଂ ରାୟଗଡ଼ା ଅଞ୍ଚଳର କିଛି ସ୍ୱେଚ୍ଛାସେବୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସେଠାରେ ରକ୍ତ ମିଳିବା ସମ୍ଭବ ହୋଇପାରିନଥିଲା।

 

- Advertisement -

କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍‌ର ଭବାନୀପାଟଣା ଟିମ୍‌ ସଭାପତି ରାକେଶ ଗଉଡ଼, ରାଜେଶ ନାଏକ, ଜଗନ୍ନାଥ ମାଝୀଙ୍କୁ ପୁଣିଥରେ ଯୋଗାଯୋଗ କରିଥିଲେ। ଏହି ତିନିଜଣ ସ୍ୱେଚ୍ଛାସେବୀ ବର୍ଷାରେ ଭିଜି ଭିଜି ୮୫ କିମି ଭବାନୀପାଟଣାରୁ ବାଇକ୍‌ରେ ଯାଇ ବିଷମକଟକ ସନ୍ଧ୍ୟାରେ ପହଞ୍ଚିଥିଲେ। ସନ୍ଧ୍ୟା ହୋଇଯାଥିବା ଯୋଗୁଁ ରକ୍ତ ଭଣ୍ଡାରର କର୍ମଚାରୀ ନଥିଲେ। ତେଣୁ ବାଧ୍ୟ ହୋଇ ସେମାନେ ଓଦା କପଡ଼ା ପିନ୍ଧି ସାରା ରାତି ଡାକ୍ତରଖାନା ବାରଣ୍ଡାରେ ବିତାଇଥିଲେ। ତା’ ପରଦିନ ସକାଳୁ ଉକ୍ତ ର୍ଦୁଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେଇ ଭବାନୀପାଟଣା ଫେରିବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories