www.samajalive.in
Saturday, December 6, 2025
14.1 C
Bhubaneswar

ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ

ବେଜିଂ: ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ସୂଚନା ବିସ୍ତାରବାଦ ନୀତିର ମୁକାବିଲା କରିବାକୁ ପାକିସ୍ତାନ ଓ ଚୀନ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଏହି ଦୁଇ ରାଷ୍ଟ୍ର ସମ୍ମିଳିତ ଭାବରେ ଏକ ମିଡିଆ ହାଉସ ଖୋଲିବେ। ତାହା କାତାର୍‍ ଅଲ ଜଜିରା ଅଥବା ରୁଷର ଆରଟି ନେଟୱର୍କ ଅନୁରୂପ ଏକ ମିଡିଆ ସଂଗଠନ ହେବ। ସେଥିରେ ଆନ୍ତର୍ଜାତିକସ୍ତରର ଖ୍ୟାତିସଂପନ୍ନ ସାମ୍ବାଦିକଙ୍କୁ ରଖାଯିବ। ଏହି ମିଡିଆ ସଂସ୍ଥା ସ୍ଥାପନ ପାଇଁ ଚୀନ ପାଣ୍ଠି ଯୋଗାଇଦେବ ବୋଲି ଜଣାଯାଇଛି। କରାଯାଇଥିବା ଯୋଜନା ମୁତାବକ ଦୁଇ ରାଷ୍ଟ୍ର ମିଳିତ ଭାବରେ ଏକ ଟେଲିଭିଜନ ଚାନେଲ ଏବଂ ମିଡିଆ ସଂସ୍ଥା ସୃଷ୍ଟି କରିବେ, ଯାହା ସେମାନଙ୍କୁ ସୂଚନା ପ୍ରସାରଣ କ୍ଷେତ୍ରରେ ପ୍ରଭାବୀ ସ୍ଥାନ ପ୍ରଦାନ କରିବ। ତାହାସହିତ ଏହା ପାଶ୍ଚାତ୍ୟ ଗଣମାଧ୍ୟମ ସଂସ୍ଥାର ବିକଳ୍ପ ହେବ, ଯାହା ଉଭୟ ପାକିସ୍ତାନ ଓ ଚୀନର ଆବଶ୍ୟକତା ପୂରଣ ବୋଲି ଏକ ସୂତ୍ରରୁ କୁହାଯାଇଛି। ଇସଲାମର ଭାବମୂର୍ତ୍ତିକୁ ସୁଧାରିବା ସକାଶେ ପ୍ରାୟ ଦୁଇବର୍ଷ ତଳେ ପାକିସ୍ତାନ ପକ୍ଷରୁ ତୁର୍କୀ ଓ ମାଲୟେସିଆ ସହଯୋଗରେ ଏକ ଇଂରାଜୀ ଟେଲିଭିଜନ ଚାନେଲ ଆରମ୍ଭ କରିବାକୁ ପ୍ର୍ରୟାସ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୁର୍କୀ ରାଷ୍ଟ୍ରପତି ରିସେପ୍‍ ତୟିପ ଏର୍ଡୋଗାନ୍‍ ଏବଂ ମାଲୟେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ସହିତ ଏହି ପ୍ରସଙ୍ଗରେ ୨୦୧୯ ସେପ୍ଟେମ୍ବରରେ ନ୍ୟୁୟର୍କରେ ଆଲୋଚନା କରିଥିଲେ। କିନ୍ତୁ ତୁର୍କୀ ଓ ମାଲୟେସିଆ ଆଉ ଆଗ୍ରହ ପ୍ରଦର୍ଶନ ନକରିବା କାରଣରୁ ଉକ୍ତ ଯୋଜନାକୁ ସ୍ଥଗିତଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories