www.samajalive.in
Monday, December 15, 2025
27.1 C
Bhubaneswar

ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

ନୂଆଦିଲ୍ଲୀ: ବିଶ୍ୱରେ ଭୂପୃଷ୍ଠରେ ସର୍ବାଧିକ ବେଗରେ ଗତି କରିପାରୁଥିବା ଚିତାବାଘକୁ ଆଉ କିଛିଦିନ ମଧ୍ୟରେ ଭାରତୀୟମାନେ ଦେଖିବାର ସୁଯୋଗ ପାଇବେ। ପାଖାପାଖି ୫୦ ବର୍ଷ ତଳେ ଭାରତରୁ ଚିତାବାଘ ବଂଶ ବିଲୁପ୍ତ ହୋଇଯାଇଥିବାବେଳେ ଏବେ କିଛି ଚିତାବାଘ ବିଦେଶରୁ ଅଣାଯିବା ଯୋଜନା କରାଯାଇଛି। ଖୁବଶୀଘ୍ର ୮ଟି ଚିତାବାଘକୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇ ତାହାକୁ ଦେଶର ଏକ ବିଶାଳ ଅଞ୍ଚଳରେ ପରିବ୍ୟାପ୍ତ ଜାତୀୟ ଉଦ୍ୟାନରେ ଛଡାଯିବ। ପ୍ରାୟ ୮୪୦୫ କିଲୋମିଟର ଦୂରରୁ ପାଞ୍ଚଟି ଅଣ୍ଡିରା ଏବଂ ତିନିଟି ମାଈ ଚିତାବାଘକୁ ଆଗାମୀ ନଭେମ୍ବର ମାସରେ ଆଣିବା ଯୋଜନା ଚୂଡାନ୍ତ ହୋଇଛି। ଭାରତର ବନ୍ୟପ୍ରାଣୀ ପ୍ରତିଷ୍ଠାନର ଡିନ୍‍ ଯାଦବେନ୍ଦ୍ର ଝାଲା କହିଛନ୍ତି, ଚିତାବାଘ ବାସ କରିବା ପାଇଁ ଆବଶ୍ୟକ ବାସସ୍ଥାନ ଏବଂ ପରିବେଶ ଭାରତରେ ରହିଛି। ସେ କହିଛନ୍ତି ଯେ ବିଶ୍ୱରେ ପ୍ରଥମ ଥର ପାଇଁ ଏତେ ଅଧିକ ସଂଖ୍ୟାରେ ଶିକାର ଉପରେ ନିର୍ଭର କରି ବଞ୍ଚୁଥିବା ପ୍ରାଣୀଙ୍କ ସଂରକ୍ଷଣ ପାଇଁ ସେମାନଙ୍କୁ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ସ୍ଥାନାନ୍ତର କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଚିତାବାଘ ସ୍ଥଳଭାଗରେ ଘଣ୍ଟାପ୍ରତି ୧୧୨ କିଲୋମିଟର ପର୍ଯ୍ୟନ୍ତ ବେଗରେ ଗତିକରି ଶିକାର କରିପାରେ। ସଂପ୍ରତି ବିଶ୍ୱରେ ପ୍ରାୟ ୭ହଜାର ଚିତାବାଘ ରହିଥିବା ଗଣନା କରାଯାଇଛି। ତେବେ ସେଥିମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମିବ୍ୟା ଏବଂ ବୋତସ୍ୱାନାରେ ଦେଖିବାକୁ ମିଳିଥାନ୍ତି। ଏହା ଶେଷଥର ପାଇଁ ୧୯୬୭-୬୮ରେ ଭାରତରେ ଦେଖିବାକୁ ମିଳିଥିଲା। କିନ୍ତୁ ପରେ ତାହା ବସ୍ତୁତଃ ବିଲୁପ୍ତ ହୋଇଯାଇଥିଲା। ଚିତାଙ୍କ ସଂରକ୍ଷଣ ପାଇଁ ଭାରତର ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନରେ ଗୋଟିଏ ଜାତୀୟ ଉଦ୍ୟାନ ଏବଂ ଦୁଇଟି ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏଥିପାଇଁ ଚିହ୍ନଟ କରାଯାଇଛି। ପ୍ରଥମେ ଅଣାଯାଉଥିବା ୮ଟି ଚିତାବାଘକୁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଛଡାଯିବ। କାରଣ ଏହି ଜଙ୍ଗଲରେ ଚିତା ଶିକାର କରିବା ପାଇଁ ପ୍ରଚୁର ପରିମାଣରେ ହରିଣ, ବାରହା ଇତ୍ୟାଦି ରହୁଛନ୍ତି। ତାହାସହିତ ରାଜସ୍ଥାନର ମୁକୁନ୍ଦ୍ରା ପାର୍ବତ୍ୟାଞ୍ଚଳରେ ଏକ ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପକୁ ମଧ୍ୟ ଏଥିପାଇଁ ବିଚାର କରାଯାଉଛି।

- Advertisement -

ଇତିହାସ କହିବା ଅନୁଯାୟୀ ବିଶ୍ୱରେ ପ୍ରଥମ କରି ଭାରତରେ ଚିତାବାଘର କୃତ୍ରିମ ପରିବେଶରେ ପ୍ରଜନନ କରାଯାଇଥିଲା। ଗୋଗଲ ଶାସକ ଜାହାଙ୍ଗୀରଙ୍କ ସମୟରେ ଏହା କରାଯାଇଥିଲା। ଜାହାଙ୍ଗୀରଙ୍କ ବାପା ଆକବର ଉଲ୍ଲେଖ କରିଥିଲେ ଯେ ତାଙ୍କ ସମୟରେ ଭାରତରେ ପ୍ରାୟ ୧୦ ହଜାର ଚିତାବାଘ ଥିଲେ ଏବଂ ମୋଗଲ ଶାସକଙ୍କ ନିକଟରେ ପ୍ରାୟ ୧ହଜାର ଚିତାବାଘ ରହିଥିଲେ। ସେୁଡିକର କ୍ରମଶଃ ସଂଖ୍ୟା ହ୍ରାସପାଇ ସେମାନେ ଭାରତ ଭୂଖଣ୍ଡରେ ବିଲୁପ୍ତ ହୋଇଗଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories