www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍ମୁ କାଶ୍ମୀରର ଦୁର୍ଗମ ଗ୍ରାମରେ ୧୦୦% ଟିକାକରଣ; ଭାରତରେ ପ୍ରଥମ

ଶ୍ରୀନଗର: କୋଭିଡ ଟିକାକରଣକୁ ନେଇ ଦେଶର ବିଭିନ୍ନ ଭାଗରେ ଅନେକ ଲୋକ ନାନା ଆଶଙ୍କା, ଚିନ୍ତା ବ୍ୟକ୍ତ କରୁଥିବାବେଳେ ଜାମ୍ମୁ କାଶ୍ମୀରର ଏକ ଦୁର୍ଗମ ଗ୍ରାମ ସାରା ଦେଶ ପାଇଁ ଉଦାହରଣ ପାଲଟିଛି। ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲାରେ ଅବସ୍ଥିତ ଦୁର୍ଗମ ଗ୍ରାମ ୱେୟାନ୍‍ ଏବେ ଟିକାକରଣକୁ ନେଇ ଚର୍ଚ୍ଚାରେ। ଉକ୍ତ ଗ୍ରାମର ଶତ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯାଇସାରିଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗର କର୍ମଚାରୀଙ୍କୁ ଯଥେଷ୍ଟ କଷ୍ଟ ସ୍ୱୀକାର କରିବାକୁ ପଡିଛି। ସେମାନେ ପାଦରେ ଚାଲି ଚାଲି, ଝରଣା ପାରହୋଇ ଏବ ଂ ଦୁର୍ଗମ ପାହାଡିଆ ରାସ୍ତାଦେଇ ଅନେକ ସ୍ଥାନକୁ ପହଞ୍ଚୁଛନ୍ତି। ଜାମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ବୟସର ୭୦%ଙ୍କର ଟିକାକରଣ କରାଯାଇସାରିଛି, ଯାହା ଜାତୀୟ ହାରାହାରିର ପ୍ରାୟ ଦୁଇଗୁଣ। ପ୍ରଥମେ ପ୍ରଥମେ ଲୋକଙ୍କ ମଧ୍ୟରେ ଟିକା ନେବାକୁ କୁଣ୍ଠାବୋଧ ରହିଥିବାବେଳେ ସଂପ୍ରତି ଅଧିକରୁ ଅଧିକ ଲୋକ ଏଥିପାଇଁ ଆଗେଇ ଆସୁଛନ୍ତି।
ଏହି ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ ୱେୟାନରେ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ପହଞ୍ଚି ୪୫ ବର୍ଷରୁ ଅଧିକ ବୟସ ବର୍ଗର ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ପାଇଁ ଅନେକ କଷ୍ଟ ସ୍ୱୀକାର କରିଛନ୍ତି। ଏହି ଗ୍ରାମଟି ବନ୍ଦିପୋରା ଜିଲା ସଦର ମହକୁମାରୁ ୨୮ କିଲୋମିଟର ଦୂରରେ ଥିଲେ ମଧ୍ୟ ଏଠାରେ ପହଞ୍ଚିବାକୁ ଅତିକମ୍‍ରେ ୧୮ କିଲୋମିଟର ଚାଲିବାକୁ ପଡିଥାଏ। ଅନ୍ୟଏକ ସମସ୍ୟା ହେଉଛି, ଏହି ଗ୍ରାମରେ ଯାଯାବର ଶ୍ରେଣୀର ଲୋକ ବାସ କରନ୍ତି, ଯେଉଁମାନେ ନିଜ ଗୃହପାଳିତ ପ୍ରାଣୀଙ୍କୁ ନେଇ ଉଚ୍ଚ ପାର୍ବତ୍ୟାଞ୍ଚଳକୁ ଚରାଇବାକୁ ଚାଲିଯାଆନ୍ତି। ଗ୍ରାମରେ ଇଂଟରନେଟ ସଂଯୋଗ ନାହିଁ। ତେଣୁ ସହରାଂଚଳ ଲୋକ ଟିକାକରଣ ପାଇଁ ଯେଉଁଭଳି ପଦ୍ଧତି ଅନୁସରଣ କରାଯାଉଛି, ତାହା ଏଠାରେ କରିବା ସମ୍ଭବ ନଥିଲା। ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ଗ୍ରାମର ୩୬୨ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ନିକଟରେ ପହଞ୍ଚି ସେମାନଙ୍କର ଟିକାକରଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories