www.samajalive.in
Saturday, December 6, 2025
15.1 C
Bhubaneswar

ବୋଡା ବିଦ୍ରୋହୀଙ୍କ ପାଇଁ ୧୬୦ କୋଟିର ପ୍ୟାକେଜ

ଗୁଆହାଟି: ଆସାମରେ ବୋଡା ଉଗ୍ରବାଦ ସମସ୍ୟାର ସ୍ଥାୟୀ ସମାଧାନ କରି ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଆସାମ ସରକାର ଏକ ଆକାଂକ୍ଷିତ ଯୋଜନାକୁ ଅନୁମୋଦନ କରିଛନ୍ତି। ସୋମବାର ଦିନ ବୋଡୋ ବିଦ୍ରୋହୀଙ୍କ ପାଇଁ ୧୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଅନ୍ୟପକ୍ଷରେ ଏଥିପାଇଁ ସମସ୍ତ ଚାରିଟି ଏନଡିଏଫବି ଗୋଷ୍ଠୀ ହିଂସା ପରିତ୍ୟାଗ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ଦାଖଲ କରିବା ସହିତ ସେମାନଙ୍କର ସଶସ୍ତ୍ର ସଂଗଠନକୁ ମାସକ ମଧ୍ୟରେ ଅକାମୀ ଘୋଷଣା କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନାରେ ଆସାମର ଅନ୍ୟତମ ପ୍ରମୁଖ ବୋଡୋ ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡ (ଏନଡିଏଫବି)ର ୪୦୩୬ ଜଣ ପୂର୍ବତନ କ୍ୟାଡରଙ୍କୁ ଥଇଥାନ କରାଯିବ।
ସୂଚନାଯୋଗ୍ୟ ଯେ ଗତବର୍ଷ ଜାନୁଆରୀରେ ନୂଆଦିଲ୍ଲୀଠାରେ ଏନଡିଏଫବିର ଚାରିଟି ଗୋଷ୍ଠୀ ସହିତ ବୋଡୋ ଟେରିଟୋରିଆଲ ରିଜନ (ବିଟିଆର) ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ତାହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବାକୁ ଗୁଆହାଟିରେ ଏକ ବୈଠକରେ ମିଳିତ ହେବା ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ପ୍ୟାକେଜକୁ ଅନୁମୋଦନ କରିଥିଲେ। ଏହି ଯୋଜନା ଅଧୀନରେ ୪୦୩୬ ଏନଡିଏଫବି କ୍ୟାଡରଙ୍କୁ କୁଶଳତା ବିକାଶ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ସାମାଜିକ-ଆର୍ଥିକ ବିକାଶ ନିମନ୍ତେ ପ୍ରସ୍ତୁତ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories