www.samajalive.in
Sunday, December 7, 2025
26.1 C
Bhubaneswar

ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ

ଶ୍ରୀନଗର: ଜାମ୍ମୁ-ଶ୍ରୀନଗର ୨୭୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥରେ ବନିହାଲ-କାଜିଗଣ୍ଡ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୮.୫ କିଲୋମିଟର ଦୀର୍ଘ ଏହି ଡବଲ ଟ୍ୟୁବ ଟନେଲ ନିର୍ମାଣ ଶେଷହେବା ପରେ ତାହାକୁ ସଂପ୍ରତି ପରୀକ୍ଷା ନିରୀକ୍ଷା ଏବଂ ଯାନବାହନ ଚଳାଚଳ ଦୃଷ୍ଟିରୁ ପରୀକ୍ଷା କରାଯାଉଛି। ଚଳିତ ଜୁନ୍‍ ମାସ ଶେଷରେ ଏହାକୁ ଯାତାୟତ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଜଣାଯାଇଛି। ଏହି ଟନେଲ ଶୀତ ଋତୁରେ କାଶ୍ମୀର ଉପତ୍ୟକା ସହିତ ସଡକ ଯୋଗାଯୋଗ କ୍ଷେତ୍ରରେ ଏହା ଜୀବନରେଖା ଭାବରେ କାର୍ଯ୍ୟକରିବ।
ଟନେଲ ନିର୍ମାଣ ଦାୟିତ୍ୱ ନେଇଥିବା ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ (ଏନଇସିଏଲ) ଅଧିକାରୀ କହିଛନ୍ତି ଯେ ଏହ ଆଗାମୀ କିଛି ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବା ଆଶା ରହିଛି। ଟନେଲ ନିର୍ମାଣ ପରେ ସେଥିରେ ବାୟୁ ଚଳାଚଳ ଏବଂ ବିଦ୍ୟୁତ ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏବେ ସେସବୁର ପରୀକ୍ଷଣ ଚାଲିଛି। ଜଣାଯାଇଛି ଯେ ଏହି ଟନେଲ କାର୍ଯ୍ୟକ୍ଷମ ହେବାପରେ ଏହା ଜାମ୍ମୁର ବନିହାଲ ଏବଂ ଦକ୍ଷିଣ କାଶ୍ମୀରର କାଜିଗଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପଥ ହେବ ଏବଂ ଯାନବାହନକୁ ଜବାହାର ଟନେଲ ଏବଂ ସୈତାନ ନାଲ୍ଲା ଦେଇ ଯିବାକୁ ପଡିବ ନାହିଁ। ଉକ୍ତ ରାସ୍ତାରେ ଶୀତ ଋତୁରେ ଭୀଷଣ ତୁଷାରପାତ ହେବା ସହିତ ତାହା ଯାନବାହନ ଚଳାଚଳ ପାଇଁ ଅନୁପଯୋଗୀ ହୋଇଯାଏ। ତାହାସହିତ ନୂଆ ଟନେଲ ୫୮୭୦ ଫୁଟ ଉଚ୍ଚତା ବା ୧୭୯୦ ମିଟର ଉପରେ ରହିଛି, ଯାହା ଜବାହାର ଟନେଲଠାରୁ ୪୦୦ ମିଟର କମ୍‍। ଏହି କାରଣରୁ ଉକ୍ତ ସ୍ଥାନରେ ମାଟି ଅତଡା ଧସିବା ଆଶଙ୍କା ମଧ୍ୟ କମ୍‍ ରହିଛି। ଏସବୁ ସହିତ ନୂଆ ଟନେଲ ଦ୍ୱାରା ବନିହାଲ ଏକଂ କାଜିଗଣ୍ଡ ମଧ୍ୟରେ ଦୂରତା ସଂପ୍ରତି ୩୫ କିଲୋମିଟରରୁ ୧୬ କିଲୋମିଟରକୁ ହ୍ରାସପାଇବ। ଏହି ଟନେଲରେ ୧୨୬ଟି ଜେଟ୍‍ ପଙ୍ଖା, ୨୩୪ ସିସିଟିଭି କ୍ୟାମେରା ଏବଂ ଅଗ୍ନିନିର୍ବାପକ ବ୍ୟବସ୍ଥା ଖଞ୍ଜାଯାଇଛି। ଟନେଲର ଦୁଇଟି ଟୁବ୍ୟ ମଧ୍ୟରେ ପ୍ରତି ୫୦୦ ମିଟର ଦୂରତାରେ ଏକ କରିଡର ନିର୍ମାଣ କରାଯାଇଛି, ଯାହା ଜରୁରୀ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories