www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକୀୟ ଖାଦ୍ୟ

ଆମର ଦୈନନ୍ଦିନ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ ଯୋଗାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ କରାଇଥାଏ।

କାକୁଡ଼ି – ଜଳୀୟ ଅଂଶ ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପକାରୀ ଅଟେ। ଏହାକୁ ସାଲାଡ଼୍‍ ଭାବେ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଶରୀରକୁ ଆବଶ୍ୟକ ହେଉଥିବା ଜଳର ମାତ୍ରାକୁ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ।

- Advertisement -


ଧନିଆ ପତ୍ର – ଏହାକୁ ଯେକୌଣସି ତରକାରୀରେ କିମ୍ବା ଚଟଣି ଭାବେ ପ୍ରସ୍ତୁତ କରି ଖାଇ ପାରିବେ। ହଜମ କ୍ରିୟା ପାଇଁ ଆବଶ୍ୟକ ହେଉଥିବା ଏନ୍‍ଜାଇମ ଗଠନରେ ଏହା ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଖୁବ ଲାଭ ଦାୟକ ଅଟେ।


କଞ୍ଚା ଦେଶୀ ପିଆଜ – ଏହା ଯକୃତକୁ ସଫା କରିବା ନିମନ୍ତେ ଆବଶ୍ୟକ ହେଉଥିବା ଏନ୍‍ଜାଇମର ପ୍ରସ୍ତୁତି ପାଇଁ ସହାୟକ ହୋଇଥାଏ। ଯାହା ଦ୍ୱାରା ଯକୃତ ଭଲ ଭାବେ ପରିଷ୍କାର ହୋଇଥାଏ।


ଅଖରୋଟ୍‍ – ଏହାକୁ ଖାଇବା ଦ୍ୱାରା ହୃଦଘାତ ସମସ୍ୟା ଦୂର ହୋଇଥାଏ। ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସହଜରେ ରୋଗାକ୍ରାନ୍ତ ହୋଇନଥାଏ।
ସୂର୍ଯ୍ୟମୁଖୀର ମଞ୍ଜି – ଏହା ଯକୃତର କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ। ଶରୀରରେ ଅଦରକାରୀ କୋଲେଷ୍ଟ୍ରଲ୍‍ ବଢାଇବାରୁ ରକ୍ଷା କରିଥାଏ। ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories