www.samajalive.in
Monday, December 15, 2025
14.1 C
Bhubaneswar

ଭଦ୍ରକରେ କେନ୍ଦ୍ରୀୟ ଦଳର କ୍ଷୟକ୍ଷତି ଅନୁଧ୍ୟାନ, ପ୍ରଶାସନ ଦେଲା ୨୭୨ କୋଟିର ବିବରଣ

ଭଦ୍ରକ/ଚାନ୍ଦବାଲି/ଧାମରା: ‘ୟସ’ କ୍ଷୟକ୍ଷତିର ଆକଳନ ଲାଗି ଆଜି କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ପ୍ରତିନିଧି ଦଳ ଭଦ୍ରକ ଜିଲା ଗସ୍ତରେ ଆସିଥିଲେ। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟର ନିର୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ବିତ୍ତ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦେଶକ (ବ୍ୟୟ) ସୂରଜ କୁମାର ପ୍ରଧାନ ଓ ସଡ଼କ ପରିବହନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର ଧାମରା ହେଲିପ୍ୟାଡରେ ଅବତରଣ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଡ. ଜ୍ଞାନ ଦାସ ସେମାନଙ୍କୁ ସ୍ୱାଗତ କରିଥିଲେ। ଅନୁଧ୍ୟାନକାରୀ ଦଳ ପ୍ରଥମେ ଧାମରା ବନ୍ଦର ଫାଟକ ସମ୍ମୁଖରେ ଥିବା ୧୧ କେଭି ବିଦ୍ୟୁତ ସବଷ୍ଟେସନର ମରାମତି କାର୍ଯ୍ୟ ତଦାରଖ କରିଥିଲେ। ପରେ ଦୋସିଙ୍ଗା ପଞ୍ଚାୟତର ଅମରନଗର, ସାବିତ୍ରୀ ସରାଇ, ଜ୍ୟୋତ୍ସ୍ନାମୟୀନଗର ଗ୍ରାମକୁ ଯାଇ ଭାଙ୍ଗିଥିବା ଘର ଦେଖିଥିଲେ। ସେଠାରୁ ଜୟଦୁର୍ଗାପାଟଣା କିଆନାଳୀ ସ୍ଳୁଇସ୍ ଗେଟର ଅବସ୍ଥା, ଦୋସିଙ୍ଗା ପଞ୍ଚାୟତର ୩୩ କେଭିଏ ବିଦ୍ୟୁତ ଷ୍ଟ୍ରକଚର, ଜାଗୁଳା ପଞ୍ଚାୟତର ପାଇକସାହି ଗ୍ରାମ, ନରସିଂହପୁର ଛକଠାରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର କ୍ଷୟକ୍ଷତି, ଓରାମାଳ ଗ୍ରାମର କ୍ଷତି, ବଳଭଦ୍ରପ୍ରସାଦ ଗ୍ରାମର ବିଦ୍ୟୁତ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ଡ. ଦାସଙ୍କ ଅଧ୍ୟକ୍ଷତାରେ ଧାମରା ବନ୍ଦର ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

- Advertisement -

ଏଥିରେ ଜିଲାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟରେ ବିଭିନ୍ନ ବିଭାଗର ୭୨ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଦର୍ଶାଯାଇଛି। ୨୬୭ କୋଟି ୨ଲକ୍ଷ ୮୮ହଜାର ଟଙ୍କାର ରାସ୍ତାଘାଟ, ବିଦ୍ୟୁତ ଓ ଅନ୍ୟ ବିଭାଗର ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚିଥିବା ବେଳେ ଘରଭଙ୍ଗା ଜନିତ କ୍ଷତି ୩ କୋଟି ୨୨ ଲକ୍ଷ ୧୦ ହଜାର ୭ଶହ ଟଙ୍କା ହେବ ବୋଲି କୁହାଯାଇଛି। ସେହିଭଳି କୃଷି କ୍ଷେତ୍ରରେ ୧ କୋଟି ୧ ଲକ୍ଷ ୭୦ ହଜାର ୮୮୦ଟଙ୍କାର କ୍ଷତି ଦର୍ଶାଯାଇଥିବା ବେଳେ ମତ୍ସ୍ୟ ବିଭାଗର ୯୫ ଲକ୍ଷ ୫୯ ହଜାର ୨୨୬ ଟଙ୍କାର କ୍ଷତି ଘଟିଛି ବୋଲି କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories