www.samajalive.in
Monday, December 15, 2025
17.1 C
Bhubaneswar

ବାତିଲ ହେବ ରାଜ୍ୟ ଟିକା କିଣା ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ୧୮ରୁ ୪୪ବର୍ଷ ଯୁବବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ପାଇଁ ମାସକ ତଳୁ ଆରମ୍ଭ ହୋଇଥିବା ବୈଶ୍ବିକ ଟିକା କିଣା ପ୍ରସ୍ତାବ ଆହ୍ବାନ (ଗ୍ଲୋବାଲ ଟେଣ୍ଡର) ପ୍ରକ୍ରିୟା ଏବେ ଆବଶ୍ୟକତା ପଡିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କ ଲାଗି ମାଗଣା ଟିକାକରଣ କରାଯିବ ବୋଲି ଘୋଷଣା କରିବା ପରେ ରାଜ୍ୟର ଏହି ଟେଣ୍ଡର ପ୍ରକ୍ରିୟା ଆପଣା ଛାଏଁ ବାତିଲ ହୋଇଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଟିକାର ଅଭାବ ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି।
ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୩.୫୦ ଲକ୍ଷରୁ ଊର୍ଦ୍ଧ୍ବ ଟିକା, ଯାହାକି ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ହିତାଧିକାରୀଙ୍କୁ ଦ୍ୱିତୀୟପାନ ଟିକା ଦେବା ପାଇଁ ଗଚ୍ଛିତ ରହିଥିଲା ତାହା ଉପଯୋଗ ହୋଇପାରିବ। ଯାହା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୨ଟି ସହରାଞ୍ଚଳ ପାଇଁ ଯୋଜନା କରାଯାଇଥିବା ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ସୁଦ୍ଧା ୮୩ ଲକ୍ଷ ୬୨ ହଜାର ୧୦୫ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୩ ଲକ୍ଷ ୨୦ ହଜାର ୮୮୨ ଜଣ ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୧୧ ଲକ୍ଷ ୪ ହଜାର ୮୯୮ଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ଏହାବାଦ୍‍ ୩ ଲକ୍ଷ ୩୧ ହଜାର ୨୮୫ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୨ ଲକ୍ଷ ୭୯ ହଜାର ୫୩୨ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୨ଲକ୍ଷ ୯୪ ହଜାର ୫୧୭ଜଣ କରୋନା ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିବା ବେଳେ ୧ ଲକ୍ଷ ୭୩ ହଜାର ୧୮୮ ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ଅନ୍ୟପକ୍ଷରେ ୧୮ରୁ ୪୪ବର୍ଷ ଯୁବକଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଇତିମଧ୍ୟରେ ୮ ଲକ୍ଷ ୪୪ ହଜାର ୪୮ ଜଣ ପ୍ରଥମ ପାନ ଟିକା ନେଇଥିବା ବେଳେ ୧୩ ହଜାର ୭୫୫ ଦ୍ୱିତୀୟପାନ ଟିକା ନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories