www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରେଷ୍ଠ ବିଧାୟକ ପୁରସ୍କାର ବିତରଣ ଉତ୍ସବ ଆଜି

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧.୩୦ରେ ଶ୍ରେଷ୍ଠ ବିଧାୟକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଛି। ବାଚସ୍ପତି ପ୍ରଦୀପକୁମାର ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ରୁ ୨୦୧୬ ମସିହା ମଧ୍ୟରେ ୮ ବର୍ଷର ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରିବେ। ଏଥିରେ ବିଧାୟକ ଭାବେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮ ଜଣ ପୂର୍ବତନ, ୮ ଜଣ ବର୍ତ୍ତମାନର ସଦସ୍ୟ ଏବଂ ୮ ଜଣ ପ୍ରଥମ ଥର ନିର୍ବାଚିତ ବିଧାୟକଙ୍କୁ ପୁରସ୍କୃତ କରାଯିବ। ତିନିଟି ବର୍ଗ ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ସେମାନଙ୍କୁ ସମ୍ମାନିତ କରାଯିବ।
ପୁରସ୍କାର ବାବଦରେ ନବାଗତ ବିଧାୟକଙ୍କୁ ୫୦ହଜାର ଟଙ୍କା, ପୂର୍ବତନ ବିଧାୟକଙ୍କୁ ୭୫ହଜାର ଟଙ୍କା ଏବଂ ବର୍ତ୍ତମାନର ବିଧାୟକଙ୍କୁ ୧ଲକ୍ଷ ଟଙ୍କାର ହିସାବରେ ଅର୍ଥରାଶି ପ୍ରଦାନ କରାଯିବ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories